କଡ଼ାକଡ଼ି ପାଳନ ହେବ ନିର୍ବାଚନ ଆଚରଣ ବିଧି

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ ଲାଗି ଗୁରୁତ୍ୱ ଦିଆଯାଇଛି। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ଆଲୋଚନା କରିଛନ୍ତି। କିଭଳି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଜ଼ିଲାପାଳ।
ପରେ ଏକ ଖବରଦାତା ସମ୍ମିଳନୀରେ ଜ଼ିଲାପାଳ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଜିଲାର ସମସ୍ତ ସ୍ଥାନରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ବାହାର କରାଯାଉଥିବା। ଜ଼ିଲାପାଳ କହିଛନ୍ତି, ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ୧୩ ବିଧାନସଭା ଆସନ ଏବଂ ବ୍ରହ୍ମପୁର ଓ ଆସ୍କା ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ଜିଲାରେ ୨୯ ଲକ୍ଷ ୭୧ ହଜାର ମତଦାତା ରହିଛନ୍ତି। ସେଥିରୁ ୧୫,୩୧୬୬୦ ପୁରୁଷ ଓ ୧୪୩୯୨୮୬ ମହିଳା ଭୋଟର ଅଛନ୍ତି। ତୃତୀୟ ଲିଙ୍ଗ ୨୮୧ ଏବଂ ଯୁବ ଭୋଟର ୬୫୦୮୦ ରହିଛନ୍ତି। ମତଦାତା ଲାଗି ୩୦୭୭ଟି ବୁଥ କେନ୍ଦ୍ର ସ୍ଥାପନ ହୋଇଛି। ୪୨୪ ସଖି ବୁଥ କରାଯାଇଛି। ୨୬ ମହିଳା ଲିଡ ବୁଥ ଏବଂ ୩୯ ଯୁବ ବୁଥ ଏବଂ ୧୩ଟି ଦିବ୍ୟାଙ୍ଗ ମାନଙ୍କ ପାଇଁ ବୁଥ କରାଯାଇଛି। ପ୍ରାର୍ଥୀମାନେ ସୁବିଧା ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ ସଭା ସମିତି ଅନୁମତି ପାଇବାର ବ୍ୟବସ୍ଥା କରାଯାଇଛି। ୮୫ବର୍ଷରୁ ଊର୍ଦ୍ଧ୍ୱ ଭୋଟର ସ୍ବତନ୍ତ୍ର ଭାବେ ଘରେ ରହି ଭୋଟଦାନ ବ୍ୟବସ୍ଥା ରହିଛି। ଭୋଟ ଗ୍ରହଣ ପାଇଁ ୨୨ ହଜାର ୧୫୨ ପୋଲିଙ୍ଗ ଅଫିସର ନିଯୁକ୍ତ ପାଇଛନ୍ତି। ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଖର୍ଚ୍ଚ ମନିଟରିଙ୍ଗ ଟିମ ଗଠନ ହୋଇଛି। ଏଥିପାଇଁ ୪୩ ଫ୍ଲାଇଙ୍ଗ ସ୍କୁଆର୍ଡ, ୪୩ ଷ୍ଟାଟିକ ସର୍ଭେଲାନ୍ସ ଟିମ ଓ ୩୯ ଭିଡିଓ ସର୍ଭେଲାନ୍ସ ଟିମ, ୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏହି ଖବରଦାତା ସମ୍ମିଳନୀରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri