ପଞ୍ଚାୟତ ନିର୍ବାଚନ: କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୧୩।୪: କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ମତଦାତାଙ୍କ ପାଇ ଏକ ବଡ଼ ଖବର। ଏଣିକି କରୋନା ଆକ୍ରାନ୍ତ ମତଦାତା ମଧ୍ୟ ନିର୍ବାଚନରେ ଭୋଟ ଦେଇପାରିବେ। ଏନେଇ ମଙ୍ଗଳବାର ନିର୍ବାଚନ ପର୍ଯ୍ୟବେକ୍ଷକ ଡ.ଅରବିନ୍ଦ କୁମାର ଚୌରେସିଆ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ କରୋନା ସଂକ୍ରମିତଙ୍କ ପରିବାର ଲୋକ ମତଦାନର ଦିନକ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କୁ ଏକ ଲିଖିତ ଆକାରରେ ଜଣାଇବାକୁ ପଡ଼ିବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେନୁସାରେ ମତଦାନ ପୂର୍ବରୁ ସଂକ୍ରମିତ ମତଦାତା ପିପିଇ କିଟ୍‌ ପିନ୍ଧି ଭୋଟ ଦେଇପାରିବେ। ଏହି ସମୟରେ ସେକ୍ଟର ମାଜିଷ୍ଟ୍ରେଟ ମଧ୍ୟ ପିପିଇ କିଟ୍‌ ପିନ୍ଧିବା ଜରୁରୀ। ଏହାପରେ ଉକ୍ତ ଘରକୁ ସାନିଟାଇଜ୍‌ କରାଯିବ ବୋଲି ଅରବିନ୍ଦ କହିଛନ୍ତି।

Share