Categories: ଜାତୀୟ

ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୫ : ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ପ୍ରଚାର ଚାଲିଛି। ରାଜ୍ୟରେ ଅନେକ ରାଲି କରାଯାଉଛି। ବିଭିନ୍ନ ଦଳର ନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବିବୃତ୍ତି ଦେଉଛନ୍ତି। ସେସବୁ ମଧ୍ୟରେ ବହୁ ଉତ୍ତେଜନାମୂଳକ ଏବଂ ବିବାଦୀୟ ବକ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ନିର୍ବାଚନ ଆୟୋଗ କଡା ଆଭିମୁଖ୍ୟ ଗ୍ରହଣ କରି ଏକ ଆଡଭାଇଜରୀ ଜାରି କରିଛନ୍ତି। ରାଜନେତାମାନଙ୍କୁ ମାନଙ୍କୁ ସଂଯମତା ରକ୍ଷା କରିବାକୁ କହିଛନ୍ତି।

ଆୟୋଗ ସମସ୍ତ ଷ୍ଟାର ପ୍ରଚାରକ, ସ୍ବୀକୃତିପ୍ରାପ୍ତ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳମାନଙ୍କୁ ସତର୍କତା ଏବଂ ସଂଯମତା ରକ୍ଷା କରିବାକୁ କହିଛନ୍ତି। ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ପାଳନ କରିବା ଏବଂ ବିସ୍ତୃତ ନିୟାମକ ଓ ଆଇନଗତ ଢାଞ୍ଚା ଆଧାରରେ ଉପଯୁକ୍ତ ତଥା ସମୟାନୁବର୍ତ୍ତୀ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନୁପଯୁକ୍ତ ଶବ୍ଦକୋଷ ଏବଂ ଭାଷା ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଆୟୋଗ କହିଛନ୍ତି।

Share