Categories: ଜାତୀୟ

ନିର୍ବାଚନ ଆୟୋଗଙ୍କର ମଧ୍ୟ ଆବଶ୍ୟକତା ରହିଛି ଆଦର୍ଶ ଆଚାର ସଂହିତା: କପିଲ ସିବଲ…

ନୂଆଦିଲ୍ଲୀ,୫।୧୦ : ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ପ୍ରାମାଣିକ ସୂଚନା ପ୍ରଦାନ କରିବା ପାଇଁ ମଡେଲ ଆଚରଣ ବିଧିରେ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳର ମତାମତ ଲୋଡିଥିବା ପ୍ରସଙ୍ଗରେ ରାଜ୍ୟସଭା ସଦସ୍ୟ କପିଲ ସିବଲ ନିର୍ବାଚନ ଆୟୋଗରେ ଟାର୍ଗେଟ କରିଛନ୍ତି। ବୁଧବାର ସେ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କର ମଧ୍ୟ ଆଦର୍ଶ ଆଚାର ସଂହିତାର ଆବଶ୍ୟକତା ରହିଛି ।

ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଦଳମାନଙ୍କୁ ଚିଠି ଲେଖି ନିର୍ବାଚନ ଆୟୋଗ (ଇସି) କହିଥିଲେ ଯେ ନିର୍ବାଚନ ପ୍ରତିଶ୍ରୁତିର ସୁଦୂରପ୍ରସାରୀ ପ୍ରଭାବ ଯୋଗୁଁ ଆର୍ଥିକ ସ୍ଥିତି ସଙ୍କଟରେ ପଡୁଛି। ତେଣୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଅକ୍ଟୋବର ୧୯ ସୁଦ୍ଧା ଏହି ପ୍ରସ୍ତାବ ଉପରେ ମତାମତ ଦେବାକୁ ଆୟୋଗ କହିଛନ୍ତି।

ନିର୍ବାଚନ ଆୟୋଗ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନିର୍ବାଚନୀ ମାନିଫେଷ୍ଟୋ ସ୍ପଷ୍ଟ ଭାବରେ ସୂଚିତ କରିବା ଉଚିତ ଯେ ପ୍ରତିଶ୍ରୁତିର ସ୍ବଚ୍ଛତା, ସମାନତା ଏବଂ ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖି ଆର୍ଥିକ ଆବଶ୍ୟକତା କିପରି ଏବଂ କେଉଁ ଉପାୟରେ ପୂରଣ ହେବ।

Share