Categories: ଜାତୀୟ

ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ଇସ୍ତଫା:ଏଡିବି ଉପାଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୧୯ା୮: ନିର୍ବାଚନ କମିଶନର ଅଶୋକ ଲାଭାସା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତା ମାସରେ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି)ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହିି ପଦରେ ଥିବା ଦିବାକର ଗୁପ୍ତା ଅଗଷ୍ଟ ୩୧ରେ ଅବସର ଗ୍ରହଣ କରୁଛନ୍ତି। ଗତମାସରେ ଲାଭାସାଙ୍କୁ ଏଡିବି ପକ୍ଷରୁ ପ୍ରାଇଭେଟ ସେକ୍ଟର ଅପରେଶନ ଆଣ୍ଡ ପବ୍ଲିକ୍‌-ପ୍ରାଇଭେଟ ପାର୍ଟନରସିପ୍‌ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ହରିୟାଣା କ୍ୟାଡର୍‌ର ୧୯୮୦ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଲାଭାସା ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରାଙ୍କ ଅବସର ପରେ ୨୦୨୧ ଏପ୍ରିଲରେ ସିଇସି ହେବାର ସମ୍ଭାବନା ଥିଲା। ପ୍ରକାଶଥାଉ କି, ଲାଭାସା ୨୦୧୮ ଜାନୁୟାରୀରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିଲେ।

Share