Categories: ଜାତୀୟ

ନିର୍ବାଚନ ପ୍ରଚାରକୁ ନେଇ ରାଜନୈତିକ ଦଳର ମତ ଲୋଡିଲେ କମିଶନ

ନୂଆଦିଲ୍ଲୀ,୧୮।୭: କରୋନା ଭାଇରସ ସଂକ୍ରମଣ ଯୋଗୁ ସବୁ ସ୍ତରରେ କିଛି ନା କିଛି ବାଧା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ନିର୍ବାଚନ କମିଶନ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳର ମତ ଲୋଡିଛନ୍ତି। ଏହି ସମୟରେ ନିର୍ବାଚନ ପ୍ରଚାର, ରାଜନୈତିକ ବୈଠକ ଆଦିର ଆୟୋଜନ କିପରି କରାଯିବ ସେ ନେଇ ସମସ୍ତ ରାଜନୈତିକ ଦଳର ମତ ଲୋଡା ଯାଇଛି। ମତାମତ ପଠାଇବାର ଶେଷ ତାରିଖ ଜୁଲାଇ ୩୧କୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କିଛି ରାଜ୍ୟରେ ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ବାକି ରହିଛି। ନିର୍ବାଚନ କମିଶନ ନିଜ ପତ୍ରରେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପରେ ଆଲୋକପାତ କରାଇଛନ୍ତି।

Share