ଭୁବନେଶ୍ୱର,୨୦।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ବେଳେ ହେଉଥିବା ଭିଡ଼ ରୋକିବାକୁ ନିର୍ବାଚନ କମିଶନ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୭ରୁ ନାମାଙ୍କନ ଚାଲିଥିବା ବେଳେ ଅନେକ ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଛି। ପ୍ରାର୍ଥୀଙ୍କ ସହ ସମର୍ଥକମାନେ ନାମାଙ୍କନ କେନ୍ଦ୍ରରେ ଭିଡ଼ କରୁଛନ୍ତି। ଆସନ୍ତାକାଲି ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ କରିବାର ସମ୍ଭାବନା ଅଛି। ଯେମିିତି ଗାଇଡ୍ଲାଇନ ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଉଛନ୍ତି।