Categories: ଜାତୀୟ

ଆଜି ହେବ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୯।୧୦: ଆଜି ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଏଥିରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା କରାଯିବ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ କରାଯାଇପାରିବ ଏବଂ ଡିସେମ୍ବର ୧୫ ପୂର୍ବରୁ ଫଳାଫଳ ଘୋଷଣା କରାଯିବାର ସମ୍ଭାବନା ରହିଛି।

Share