Categories: ଜାତୀୟ

ହେଲିକେପ୍ଟରରେ ୟଦୁରୁପ୍ପା ଯାଉଥିବା ବେଳେ ଇସିଙ୍କ ଚଢ଼ାଉ

ଶିଭମ୍‌ଗଗା,୧୬।୪: ଲୋକ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ମଙ୍ଗଳବାର ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍ବାଡ ଟିମ୍‌ ଶିଭମ୍‌ଗଗା ହେଲିପ୍ୟାଡ ଉପରେ ଅଚାନକ୍‌ ଚଢ଼ାଉ କରିଥିଲେ। କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟଦିରୁପ୍ପା ହେଲିକେପ୍ଟରରେ ଚଢ଼ୁଥିବା ବେଳେ ସେହି ସମୟରେ ଟିମ୍‌ ପହଞ୍ଚି ତାଙ୍କର ସାମାନକୁ ଯାଞ୍ଚ କରିଥିଲେ। ନିର୍ବାଚନ ସମୟରେ ନେତାଙ୍କ ଠାରୁ ମିଳୁଥିବା ଅବୈଧ ଟଙ୍କା ଯୋଗୁ ସେମାନଙ୍କ ଉପରେ କଡ଼ା ନଜର ରଖିଛି ନିର୍ବାଚନ ଆୟୋଗ। ସେହିପରି ମଙ୍ଗଳବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି।

Share