Categories: ଜାତୀୟ

କର୍ନାଟକ ନିର୍ବାଚନ ପୂର୍ବରୁ ଏଏପିକୁ ମିଳିଲା ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ,୧୦।୪: କର୍ନାଟକ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ଖୁସି ଖବର। ସୋମବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ଏଏପିର ନିର୍ବାଚନ ପ୍ରତୀକ ଝାଡୁ ହିଁ ରହିବ। ଅନ୍ୟପଟେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପରାଜୟ ପରେ ଶରଦ ପାୱାରଙ୍କ ଏନ୍‌ସିପି ଏବଂ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକ ଜାତୀୟ ଦଳର ମାନ୍ୟତା ହରାଇଛି। ସେହିପରି ରାମ ବିଳାସ ପାସଓ୍ବାନଙ୍କ ଲୋକ ଜନତା ପାର୍ଟିକୁ ନାଗାଲାଣ୍ଡରେ ରାଜ୍ୟସ୍ତରରେ ଦଳର ମାନ୍ୟତା ମିଳିଛି। ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଟିଏମ୍‌ସିର ରାଜ୍ୟସ୍ତରୀୟ ଦଳର ମାନ୍ୟତା ଜାରି ରହିବ। ତ୍ରିପୁରାରେ ଟିପ୍ରା ମୋଥା ପାର୍ଟିକୁ ଏକ ରାଜ୍ୟ ଦଳ ଭାବେ ମାନ୍ୟତା ଦିଆଯାଇଛି। ଅନ୍ୟପଟେ ବିଆରଏସ୍‌ ମଧ୍ୟ ଆନ୍ଧ୍ରପ୍ରଦେଶରେ ଏକ ରାଜ୍ୟ ଦଳ ଭାବେ ନିଜର ମାନ୍ୟତା ହରାଇଛି।

 

Share