ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନକୁ ନେଇ ନିର୍ବାଚନ କିମଶନ ଗୁରୁବାର ଏକ ନୂଆ କାର୍ଯ୍ୟସୂଚୀ ଜାରି କରିଛନ୍ତି। ପୂର୍ବ ପରି ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। କେବଳ ନାମାଙ୍କନ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନାମାଙ୍କନ ପତ୍ରର ଶେଷ ତାରିଖ ନଭେମ୍ବର ୧୭ ରହିଥିଲା। ବର୍ତ୍ତମାନ ଏହାକୁ ଗୋଟିଏ ଦିନ ଅର୍ଥାତ୍ ନଭେମ୍ବର ୧୮କୁ ବୃଦ୍ଧି କରାଯାଇଛି। ଆଜମ ଖାନ୍ଙ୍କ ଉପରେ ରାମପୁର କୋର୍ଟର ଶୁଣାଣି ପରେ ନିର୍ବାଚନ କମିଶନ ଏହି ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି।