Categories: ଜାତୀୟ

ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ ୧୧ ପର୍ଯ୍ୟନ୍ତ ରୋଡ ସୋ ଏବଂ ଗାଡି ସମାବେଶ ଉପରେ ପ୍ରତିବନ୍ଧକ ଜାରି ରହିବ। ତେବେ କରୋନା ମାମଲା ହ୍ରାସ ପାଉଥିବାରୁ ଆୟୋଗ କିଛି ଛାଡ ଦେବା ନେଇ ଘୋଷଣା କରିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁଯାୟୀ, ପ୍ରାର୍ଥୀମାନେ ୧୦୦୦ ଲୋକଙ୍କ ସହିତ ସର୍ବସାଧାରଣ ସଭା କରିପାରିବେ। ପୂର୍ବରୁ, ଖୋଲା ସ୍ଥାନରେ ୫୦୦ ଲୋକଙ୍କ ସହ ସାଧାରଣ ସଭାକୁ ଅନୁମତି ଦିଆଯାଇଥିଲା। ଏଥି ସହିତ, ପ୍ରାର୍ଥୀମାନେ ସେହି ସ୍ଥାନର କ୍ଷମତାର ୫୦ ପ୍ରତିଶତ କ୍ଷମତା ସହିତ ସାଧାରଣ ସଭା କରିପାରିବେ। ତେବେ ବଡ ସମାବେଶ ଉପରେ ପ୍ରତିବନ୍ଧକ ଜାରି ରହିବ। କରୋନା ମାମଲାରେ କିଛି ପରିମାଣରେ ହ୍ରାସକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହି ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଇନଡୋର ଏବଂ ଡୋର ଟୁ କ୍ୟାପିଂ ବିଷୟରେ କିଛି ରିହାତି ମଧ୍ୟ ଦିଆଯାଇଛି। ଘର ଭିତରେ ୫୦୦ ଲୋକଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି, ଯାହା ପୂର୍ବରୁ ୩୦୦ ଲୋକଙ୍କ ମଧ୍ୟରେ ସୀମିତ ଥିଲ। ଅନ୍ୟ ପଟେ, ଘରକୁ ଘର ବୁଲି କ୍ୟାମ୍ପେନିଂ କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୦ ଜଣ ଥିଲା। କିନ୍ତୁ ସମସ୍ତ ବଡ ରାଲି ଉପରେ ପ୍ରତିବନ୍ଧକ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଜାରି ରହିବ।

Share