Categories: ଜାତୀୟ

ଅଜଣା ରାଜନୈତିକ ଚାନ୍ଦାକୁ ୨୦ ହଜାର ଟଙ୍କାରୁ ୨ ହଜାରକୁ ହ୍ରାସ କରାଯାଇପାରେ, ମୁଖ୍ୟ ନିର୍ବାଚନ କମିଶନ ପଠାଇଛନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୨୦ ।୯: ମୁଖ୍ୟ ନିର୍ବାଚନ କମିଶନ(ସିଇସି) ରାଜୀବ କୁମାର ରାଜନୈତିକ ଦଳ ଗୁଡିକ ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ଆଇନ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଛନ୍ତି । ଆଇନ ମନ୍ତ୍ରୀ କିରଣ ରିଜେଜୁଙ୍କୁ ଲେଖାଯାଇଥିବା ପତ୍ରରେ ରାଜୀବ କୁମାର ଲେଖିଛନ୍ତି, ନଗଦ ଦାନକୁ ୨୦ ପ୍ରତିଶତ କିମ୍ବା ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କମିଶନ(ଇସି) ନିର୍ବାଚନ ଚାନ୍ଦାରୁ କଳାଧନକୁ ଶେଷ କରିବାକୁ ଅଜଣା ରାଜନୈତିକ ଚାନ୍ଦାକୁ ୨୦ହଜାର ଟଙ୍କାରୁ କମ କରି ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କମିଶନ(ଇସି) ନିର୍ବାଚନ ଚାନ୍ଦାରୁ କଳାଧନକୁ ଶେଷ କରିବାକୁ ଅଜଣା ରାଜନୈତିକ ଚାନ୍ଦାକୁ ୨୦ହଜାର ଟଙ୍କାରୁ କମ କରି ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

Share