Categories: ଜାତୀୟ

ପଶ୍ଚିମବଙ୍ଗ ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ: ମମତା…

କୋଲକାତା,୫।୫: ପଶ୍ଚିମବଙ୍ଗରେ ଘଟିଥିବା ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ରାଜ୍ୟପାଳ ଜଗଦୀପ୍‌ ଧାନଖାରଙ୍କୁ କହିଛନ୍ତି। ରାଜ୍ୟପାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମମତା ଏଭଳି ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଗତ ୩ ମାସ ଧରି ନିର୍ବାଚନ ଆୟୋଗଙ୍କ ହାତରେ ଥିଲା। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରତି ଜିଲାର ପୁରାତନ ପ୍ରଶାସନିକ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଥିଲା। ତେଣୁ ହିଂସା ପାଇଁ ନିର୍ବାଚନ ଆୟୋଗ ହିଁ ଦାୟୀ ବୋଲି ମମତା କହିଛନ୍ତି। ରାଜ୍ୟପାଳ ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ କରିବା ଲାଗି ମମତାକୁ କହିଥିଲେ। ତେବେ ମମତା ଏହାର ଦୋଷ ନିର୍ବାଚନ ଆୟୋଗଙ୍କ ଉପରେ ଲଦି ଦେଇଥିଲେ। ଏଭଳି ଉତ୍ତର ଦେଇ ଶପଥ ଗ୍ରହଣ ପରେପରେ ମମତା ବିବାଦରେ ଘେରି ଯାଇଛନ୍ତି।

Share