Categories: ଜାତୀୟ

ଛୁଟି ନେଇ ଭୋଟ ନ ଦେଲେ ନୋଟିସ ବୋର୍ଡରେ ଲାଗିବ ନାମ, ଇସିଙ୍କ ସହ ସାଇନ କଲେ ଗୁଜରାଟର ୧୦୦୦ ଫାର୍ମ

ଗାନ୍ଧିନଗର,୧୮ ।୧୦: ଗୁଜାରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଇତିମଧ୍ୟରେ ଏବେ ଗୁଜରାଟର ୧୦୦୦ କର୍ପୋରେଟ ହାଉସ ନିର୍ବାଚନ କମିଶନଙ୍କ ସହ ଏକ ଚୁକ୍ତି କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ, କର୍ପୋରେଟ ହାଉସ ନଜର ରଖିବ ତା’ର କର୍ମଚାରୀ ନିର୍ବାଚନରେ ତାଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଏହାସହ ଭୋଟ ନ ଦେଇଥିବା କର୍ମଚାରୀଙ୍କ ନାମ କମ୍ପାନୀର ୱେବସାଇଟ ଓ ନୋଟିସ ବୋର୍ଡରେ ଲାଗିବ ।
ଗୁଜରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ପି ଭାରତୀ ଦ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ଆମେ ୨୩୩ ଏମଓୟୁରେ ହସ୍ତାକ୍ଷର କରିଛୁ ଯାହା ନିର୍ବାଚନ କମିଶନକ ଦିଶାନିର୍ଦ୍ଦେଶକୁ ଲାଗୁ କରିବାରେ ଆମକୁ ସାହାଯ୍ୟ କରିବ, ଗୁଜରାଟରେ ଆମେ ପ୍ରଥମଥର ୧,୦୧୭ ଇଣ୍ଡଷ୍ଟ୍ରିଆଲ ୟୁନିଟ ସହ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନିର୍ବାଚନରେ ଅଂଶଗ୍ରହଣ ଉପରେ ନଜର ରଖିବୁ ।

Share