Categories: ଜାତୀୟ

‘ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣାରେ ଆହତ ହୋଇଛନ୍ତି ମମତା’ : ଇସି

କୋଲକାତା,୧୪।୩ : ନନ୍ଦିଗ୍ରାମ ରୋଡ୍‌ଶୋ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଏହାକୁ ଆକ୍ରମଣ ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ହାଜର ହୋଇଥିଲା ତୃଣମୂଳ କଂଗ୍ରେସ। ତେବେ ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣା କାରଣରୁ ମମତା ଆହତ ହୋଇଥିବା ଇସ ରବିବାର ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ସୁରକ୍ଷା ନିର୍ଦ୍ଦେଶକ ବିବେକ ସାହାୟଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ମାମଲ ଦାୟର କରାଯିବା ଦରକାର ଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। କମିଶନକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଆହତ ସର୍ମ୍ପକିତ ରିପୋର୍ଟ ଦିଆଯାଇଥିଲା। କମିଶନ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ସୁରକ୍ଷା ଦାୟିତ୍ୱରେ ପୋଲିସ ଅଧିକାରୀ ଏଥି ପାଇଁ ଦାୟୀ ବୋଲି କହିଛନ୍ତି। ଜେଡ୍‌ ପ୍ଲସ ସୁରକ୍ଷା ପାଇଥିବା ମମତା ନିୟମ ଅନୁସାରେ, ବୁଲେଟ୍‌ ପ୍ରୁଫ ଗାଡ଼ିରେ ଯାଇଥାନ୍ତେ। କିନ୍ତୁ ଏଭଳି ହୋଇ ନ ଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ବୁଲେଟ୍‌ ପ୍ରୁଫ ଗାଡ଼ିରେ ବସିଥିବା କମିଶନ କହିଛନ୍ତି।

Share