ହାଇଦ୍ରାବାଦ,୩।୧୨: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ତେଲଙ୍ଗାନା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ଉଦ୍ଧୃତ କରି ରବିବାର ଏହି ସୂଚନା ଦିଆଯାଇଛି।
ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ତେଲଙ୍ଗାନା ଡିଜିପି ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ ଜେନା ଏବଂ ନୋଡାଲ (ବ୍ୟୟ) ଅଧିକାରୀ ମହେଶ ଭାଗବତ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ବିଧାନସଭା ନିର୍ବାଚନ ପ୍ରାର୍ଥୀ ତଥା କଂଗ୍ରେସ ରାଜ୍ୟ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ଡିଜିପି ତାଙ୍କୁ ଏକ ପୁଷ୍ପଗୁଚ୍ଛ ମଧ୍ୟ ପ୍ରଦାନ କରିଥିଲେ।
ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣନା ମଧ୍ୟରେ ଡିଜିପିଙ୍କ ଏହି ବୈଠକରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ତାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।