Categories: ଜାତୀୟ

ସର୍ବସାଧାରଣ ସମାବେଶ ଉପରେ ଲାଗିପାରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୫।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଏହାରି ଭିତରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଫେବୃଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି। ତେବେ କୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପାଞ୍ଚଟି ମତଦାନ ରାଜ୍ୟରେ ରାଲିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ କି ନାହିଁ ସେନେଇ ନିର୍ବାଚନ ଆୟୋଗ ଶନିବାର ବୈଠକ କରିବେ। ମତଦାନ ତାରିଖ ଘୋଷଣା କରିବାବେଳେ, ଜାନୁଆରୀ ୧୫ ପର୍ଯ୍ୟନ୍ତ ଇସି ସର୍ବସାଧାରଣ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

 

Share