Categories: ଜାତୀୟ

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ ଯାଉଛି। ଏଥିପାଇଁ ୯୨୯ ମତଦାନ କେନ୍ଦ୍ର ଉପରେ ଧ୍ୟାନ ଦିଆଯିବ।

ରବିବାର ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୮ ବିଧାନସଭା ନିର୍ବାଚନରେ ଏହି ବୁଥଗୁଡିକରେ ୮୯ ପ୍ରତିଶତରୁ କମ ମତଦାନ ରେକର୍ଡ କରାଯାଇଛି। ବର୍ତ୍ତମାନ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା ଅଭିଯାନ ବ୍ୟତୀତ ନିର୍ବାଚନ ଅଧିକାରୀମାନେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ଭେଟି ଭୋଟ ଦେବାକୁ ନିବେଦନ କରିବେ।

Share