Categories: ଜାତୀୟ

ରାଜସ୍ଥାନ-ତେଲଙ୍ଗାନା ଗସ୍ତ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୮।୯: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ଆକଳନ କରୁଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ଆକଳନ ପାଇଁ ଶୁକ୍ରବାରଠାରୁ ରାଜସ୍ଥାନକୁ ତିନି ଦିନିଆ ଗସ୍ତରେ ଯିବେ।
ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲ ଶୁକ୍ରବାର ଜୟପୁରରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଏକ ବୈଠକ କରିବେ। ଏହା ପରେ ଆୟୋଗ ରାଜସ୍ଥାନ ପୋଲିସ, ଆୟକର, ଏକ୍ସାଇଜ ସମୀକ୍ଷା କରିବେ। ପରିବହନ, ବାଣିଜି୍ୟକ କର ବିଭାଗ, ରେଲଓ୍ବେ ଏବଂ ବିମାନବନ୍ଦର ଇତ୍ୟାଦିର ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବେ।
ସରକାରୀ ସୂତ୍ର ଗୁରୁବାର ଦିନ କହିଛି ଯେ ନିର୍ବାଚନ କମିଶନ ଅକ୍ଟୋବର ୩ରୁ ତିନି ଦିନ ତେଲଙ୍ଗାନାରେ ରହି ନିର୍ବାଚନ ପ୍ରସ୍ତୁତିର ଆକଳନ କରିବେ। ନିର୍ବାଚନ ହେବାକୁ ଯାଉଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଶେଷ ଦୁଇଟି ପରିଦର୍ଶନ କରିବା ପରେ ନିର୍ବାଚନ ଆୟୋଗ ଅକ୍ଟୋବର ପ୍ରଥମ ସପ୍ତାହରେ ନିର୍ବାଚନ ସୂଚୀ ଘୋଷଣା କରିପାରିବେ ବୋଲି ବିଶ୍ୱାସ ରହିଛି।
ନଭେମ୍ବର-ଡିସେମ୍ବରରେ ଛତିଶଗଡ, ମଧ୍ୟପ୍ରଦେଶ, ତେଲଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

Share