ନବୀନ ନିବାସରେ ନିର୍ବାଚନୀ କସରତ: କିଏ କେଉଁ ଆସନରେ ଲଢିବେ କାହକୁ ଦିଆଯିବ ବାଦ୍‌

ଭୁବନେଶ୍ୱର,୨୨।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶୁକ୍ରବାର ନବୀନ ନିବାସରେ ପୁଣି ନିର୍ବାଚନୀ କସରତ ଚାଲିଛି । ୩ଟି ସଂସଦୀୟ କ୍ଷେତ୍ର ବରଗଡ଼ କଳାହାଣ୍ଡି ଓ ବଲାଙ୍ଗୀର ସଂକ୍ରାନ୍ତରେ ଆଲୋଚନା ପାଇଁ ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକ ପହଞ୍ଚିଛନ୍ତି । କିଏ କେଉଁ ଆସନରେ ଲଢିବେ, କାହକୁ ବାଦ୍‌ ଦିଆଯିବ, ସେନେଇ ନବୀନ ନିବାସରେ ରଣନୀତି ପ୍ରସ୍ତୁତ କରାଯାଉଛି । ଗୁରୁବାର ମଧ୍ୟ ୩ଟି ସଂସଦୀୟ କ୍ଷେତ୍ର ସଂକ୍ରାନ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା ।