Categories: ଜାତୀୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ପୁଣିଥରେ ସୁସ୍ଥ ଭୋଟିଂ ନିରାଶ କରିଛି । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ୬୦.୧୭ ପ୍ରତିଶତ ମତଦାନ ହୋଇଛି ଯାହା ୨୦୧୭ ତୁଳନାରେ କମ୍ । ଗତ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୬୩.୫ ପ୍ରତିଶତ ମତଦାନ ହୋଇଥିଲା । ସୂଚନାଯୋଗ୍ୟ, ଗୁରୁବାର ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାରେ ୫୮ ଆସନ ଲାଗି ଭୋଟ ଗ୍ରହଣ କରାଯାଇଛି । ଏଥିରେ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ଏହାର ଫଳାଫଳ ମାର୍ଚ୍ଚ ୧୦ରେ ଆସିବ ।

Share