Categories: ଜାତୀୟ

ନିର୍ବାଚନରେ ଉପହାର ମାମଲା: ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ପ୍ରଶ୍ନ କଲେ ସିଜେଆଇ…

ନୂଆଦିଲ୍ଲୀ, ୨୪।୮ : ର୍ନିବାଚନ ସମୟରେ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଲୋଭାଣିଆ ପ୍ରତିଶ୍ରୁତି ନେଇ ଶୁଣାଣି ସୁପ୍ରିମକୋର୍ଟରେ ବୁଧବାର ହୋଇଛି। ଏନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା କହିଛନ୍ତି ଯେ କେନ୍ଦ୍ର ସରକାର କାହିଁକି ଏହି ପ୍ରସଙ୍ଗରେ ବିଚାର କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରୁ ନାହାନ୍ତି। ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ସୋଲିସିଟର ଜେନେରାଲ ଏସ.ଜି ମେହେଟ୍ଟା କହିଛନ୍ତି, ମାମଲା ଏବେ ଆପଣଙ୍କ ସମ୍ମୁଖରେ ରହିଛି। ସରକାର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂ କମିଟି ଗଠନ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆରଏମ ଲୋଡାଙ୍କ ନାମ ପରାମର୍ଶ ଦେଇଥିଲେ।

ଅପରପକ୍ଷରେ ସୋଲିସିଟର ଜେନେରାଲ କମିଟି ଗଠନ ପାଇଁ ପୂର୍ବତନ ସୋଲିସିଟର ଜେନେରାଲ ବିନୋଦ ରାୟଙ୍କ ନାମ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ହିମା କୋହଲି ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ରମନା କହିଛନ୍ତି, ମୁଁ ଏହି ମାମଲାକୁ ଏକ ନୂତନ ବେଞ୍ଚକୁ ପଠାଉଛି, ଯାହା ମନିଫେଷ୍ଟୋ ମାମଲାରେ ଦିଆଯାଇଥିବା ପୂର୍ବ ନିଷ୍ପତ୍ତି ଉପରେ ଦୃଷ୍ଟି ଦେବେ।

ସିଜେଆଇ କହିଛନ୍ତି, ସବୁଠାରୁ ବଡ ସମସ୍ୟା ହେଉଛି କମିଟିର ନେତୃତ୍ୱ କିଏ ନେବେ। ଏହା ହେଉଛି ରାଜନୈତିକ ଦଳ ଯାହା ପ୍ରତିଶୃତି ଦେଇଥାଏ ଏବଂ ଏହି ପ୍ରସଙ୍ଗ ବ୍ୟକ୍ତିଗତ ନୁହେଁ। ଯେପରି ମୁଁ ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ, ମୁଁ ୧୦ ଟି ଭୋଟ ମଧ୍ୟ ପାଇବି ନାହିଁ । ବର୍ତ୍ତମାନର ବ୍ୟବସ୍ଥାରେ ପାର୍ଟି ଗୁରୁତ୍ୱପୂର୍ଣ୍ଣ । ସିଜେଆଇ କହିଛନ୍ତି ଯେ ଆଜିର ବିରୋଧୀ ଦଳ ଆସନ୍ତାକାଲି କ୍ଷମତାକୁ ଆସିପାରେ। ସେମାନେ ଶାସନକୁ ପରିଚାଳନା କରିବେ। ତେଣୁ ମାଗଣା ଉପହାର ଯାହା ଅର୍ଥନୀତିକୁ ନଷ୍ଟ କରିପାରେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ତେଣୁ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ସିଜେଆଇ କହିଛନ୍ତି।

Share