Categories: ଜାତୀୟ

ନିର୍ବାଚନ ଫିକା ଫିକା, ଆସିବେନି ଷ୍ଟାର ପ୍ରଚାରକ !…

ଲକ୍ଷ୍ନୌ, ୧୬।୧: ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଫିକା ଫିକା ହେବାର ଆଶଙ୍କା ରହିଛି।

କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ପ୍ରଚାର ୨୨ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପୂର୍ବରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ରାଲିକୁ ବନ୍ଦ କରାଯାଇଥିଲା।

ରାଲି ଉପରେ ରୋକ ଯୋଗୁ କୌଣସି ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ଆଉ ନିର୍ବାଚନରେ ଦେଖିବାକୁ ମିଳିବ ନାହିଁ। ପ୍ରଥମ ପ୍ରର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଫେବୃୟାରୀ ୧୦ରେ ମତଦାନ ଆରମ୍ଭ ହେବ। ତେବେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଫେବୃୟାରୀରେ ମଧ୍ୟ ନିର୍ବାଚନ ରାଲି ଲାଗି ଅନୁମତି ମିଳିବା ସମ୍ଭାବନା କମ୍‌ ରହିଛି। ଆଶା ଆଶଙ୍କା ମଧ୍ୟରେ କୌଣସି ରାଜନୈତିକ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରାଯାଇ ନାହିଁ। ନିର୍ବାଚନ ରାଲି ଏବଂ ରୋଡ ଶୋ’କୁ କରୋନା ମହାମାରୀ ବିଗାଡ଼ି ଦେଇଛି।

Share