Categories: ଜାତୀୟ

ନିର୍ବାଚନ ପାଇଁ ହାତ ପତାଇବୁ ନାହିଁ: ଓମାର

ଶ୍ରୀନଗର, ୭ା୬(ଆଇଏଏନ୍‌ଏସ୍‌): ନିର୍ବାଚନ ଜନସାଧାରଣଙ୍କ ଅଧିକାର। ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବା ପାଇଁ କାହା ପାଖରେ ହାତ ପତାଇବୁ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ନିର୍ବାଚନ କମିଶନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଜମ୍ମୁ-କଶ୍ମୀର ବିଧାନସଭା କେତେଦିନ ଖାଲି ପଡ଼ିଥିବ। ଏହା କାହିଁକି ପୂରଣ ହେଉନାହିଁ। ସେଠାରେ ଭୋଟ ନ କରାଇବା ପାଇଁ ଯଦି ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଯାଉଛି, ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ଓମାର କହିଛନ୍ତି। ଶ୍ରୀନଗରରେ ଜି୨୦ ବୈଠକ କରାଯାଇ କଶ୍ମୀରକୁ ବାହାର ଦୁନିଆ ଆଗରେ ପ୍ରଦର୍ଶନ କରାଗଲା। ତେବେ ବାସ୍ତବତା କ’ଣ ଜନସାଧାରଣ ଜାଣିବା ଆବଶ୍ୟକ ବୋଲି ଏନ୍‌ସି ନେତା କହିଛନ୍ତି।

Share