Categories: ଜାତୀୟ

କଶ୍ମୀର ଫାଇଲ ସହିତ ଜମ୍ମୁ-କଶ୍ମୀରରେ ନିର୍ବାଚନ ଯୋଜନା…

ନୂଆଦିଲ୍ଲୀ, ୧୬।୩ : ଦେଶରେ ” ଦ କାଶ୍ମୀର ଫାଇଲ୍ସ” ର ତୀବ୍ର ପ୍ରସଙ୍ଗ ମଧ୍ୟରେ ପରିସିମନ୍‌ ଆୟୋଗ ଜମ୍ମୁ-କଶ୍ମୀର ପାଇଁ ଲୋକ ସଭା ଏବଂ ବିଧାନ ସଭା ଆସନ ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। ଲୋକ ସଭା ଏବଂ ବିଧାନସଭା ପ୍ରସ୍ତାବ ଉପରେ ଆୟୋଗ ଆପତ୍ତି ଏବଂ ପରାମର୍ଶ ଲୋଡିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ।

ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କ ରାଜ୍ୟ ଛାଡିବା ପ୍ରସଙ୍ଗ ନେଇ ଦେଶ ତଥା ସାରା ବିଶ୍ୱରେ ଏକ ବଡ଼ ପ୍ରସଙ୍ଗ ହୋଇ ଯାଇଛି। ରାଜନୈତିକ ବିଶ୍ଳେଷକମାନେ କୁହନ୍ତି ଯେ ପରିସିମନ୍‌ ଆୟୋଗର ଏହି ପ୍ରସ୍ତାବିତ ଡ୍ରାଫ୍ଟ କୌଣସି ସିନେମା ଦ୍ୱାରା ପ୍ରଭାବିତ ନୁହେଁ। କିନ୍ତୁ ନିିର୍ବାଚନ ହେବା ନିଶ୍ଚିତ ଭାବେ ଜମ୍ମୁ-କଶ୍ମୀର ପାଇଁ ଏକ ବଡ଼ ପ୍ରସଙ୍ଗ। ମାର୍ଚ୍ଚ ୨୧ ପୂର୍ବରୁ ପରାମର୍ଶ ଲୋଡା ଯାଇଛି।

ଦୁଇ ଦିନ ପୂର୍ବେ ଜମ୍ମୁ-କଶ୍ମୀରରେ ଲୋକ ସଭା ନିବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତାବ ପାରିତ ହୋଇଛି। ଏହି ରିଜୋଲୂ୍ୟଶନ ଅନୁଯାୟୀ ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀକୁ ଆବଣ୍ଟିତ ହେବାକୁ ଥିବା ଲୋକ ସଭାରେ ସିଟ ସଂଖ୍ୟା ପାଞ୍ଚଟି ଅଞ୍ଚଳରେ ସ୍ଥିର କରାଯାଇଛି। ବର୍ତ୍ତମାନ ପାଞ୍ଚଟି ସିଟ ମଧ୍ୟରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ କୌଣସି ସିଟ ସଂରକ୍ଷିତ କରାଯାଇ ନାହିଁ।

ଏହା ବ୍ୟତୀତ ଅର୍ଡର ନମ୍ବର ତିନି ଅନୁଯାୟୀ ଜମ୍ମୁ-କଶ୍ମୀର ଅଞ୍ଚଳର ବିଧାନସଭା ଆସନକୁ ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଯଥାକ୍ରମେ ସାତ ଓ ନଅଟି ସିଟ ପ୍ରସ୍ତାବ ଦିଆଯାଇଛି।

ପ୍ରସ୍ତାବିତ ଆଦେଶ ଅନୁଯାୟୀ, ଯଦି ଏହି ପ୍ରସ୍ତାବଗୁଡ଼ିକ ଉପରେ କାହାର କିଛି ଆପତ୍ତି ଏବଂ ପରାମର୍ଶ ଥାଏ, ତେବେ ସେଗୁଡିକ ମାର୍ଚ୍ଚ ୨୧ ପୂର୍ବରୁ ଦିଆଯାଇପାରେ। ଯାହା ଦ୍ୱାରା ଏହାକୁ ବିଚାର କରାଯାଇପାରିବ।

ରାଜନୈତିକ ସମୀକ୍ଷକ ଏ.କେ ଯାଦବ କହିଛନ୍ତି ଯେ କଶ୍ମୀରୀ ପଣ୍ଡିତ ଏବଂ ବିସ୍ଥାପିତଙ୍କ ପାଇଁ କରାଯାଇଥିବା ପ୍ରୟାସ ନିର୍ବାଚନ ସମୟରେ ନିଶ୍ଚିତ ଭାବରେ ଏକ ବଡ ପ୍ରଭାବ ପକାଇବ। ଯାଦବ କହିଛନ୍ତି ଯେ ଜମ୍ମୁ-କଶ୍ମୀର ପ୍ରଶାସନ କଶ୍ମୀର ପଣ୍ଡିତଙ୍କ ସମାଧାନ ପାଇଁମୌଳିକ ପଦକ୍ଷେପ ନେଇଛି, ଏହାର ପ୍ରଭାବ ନିଶ୍ଚିତ ରୂପେ ଅନୁଭୁତ ହେବ।

Share