Categories: ଜାତୀୟ

ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ୫ ରାଜ୍ୟରେ ପହଞ୍ଚିଲେ ସିଏପିଏଫ୍‌ ଯବାନ

ନୂଆଦିଲ୍ଲୀ,୨୦।୨: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ରାଜ୍ୟଗୁଡ଼ିକ ହେଉଛି ଆସାମ, ପଶ୍ଚିମବଙ୍ଗ, ପୁଡୁଚେରୀ, ତାମିଲନାଡୁ ଏବଂ କେରଳ। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁଯାୟୀ, ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍‌) ଏହି ପାଞ୍ଚଟି ରାଜ୍ୟରେ ପହଞ୍ଚିଛନ୍ତି। ତାମିଲନାଡୁରେ ୪୦, ଆସାମରେ ୪୦, ପୁଡୁଚେରୀରେ ୧୦, ପଶ୍ଚିମବଙ୍ଗରେ ୧୨୫ ଏବଂ କେରଳରେ ୩୦ଟି ସିଏପିଏଫ୍‌ ଯବାନ ନିୟୋଜିତ ହେବେ। ନିର୍ବାଚନ ପ୍ରସ୍ତୁତିର ଏକ ଅଂଶ ଭାବରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ୧୨ଟି ଟିମ୍‌ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏପ୍ରିଲ-ମେ ମାସରେ ରାଜ୍ୟର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ଆଶା କରାଯାଉଛି।

Share