Posted inଜାତୀୟ

Election Result 2023: ମଧ୍ୟପ୍ରଦେଶ-ରାଜସ୍ଥାନରେ ଭାଜପା, ତେଲଙ୍ଗାନା-ଛତିଶଗଡ଼ରେ ଆସିପାରେ କଂଗ୍ରେସ

ନୂଆଦିଲ୍ଲୀ,୩।୧୨: ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ଜନାଦେଶ। ରବିବାର ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଥିବା ବେଳେ ତାଜା ଅପ୍‌ଡେଟ୍‌ ଅନୁଯାୟୀ ୨ ରାଜ୍ୟରେ ଭାଜପା ଏବଂ ୨ ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେଲଙ୍ଗାନା ଏବଂ ଛତିଶଗଡ଼ରେ କଂଗ୍ରେସ ବହୁମତ ହାସଲ କରିସାରିଛି। ସେହିଭଳି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଭାଜପା ସରକାର ଗଠନ କରିପାରେ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶରେ ବହୁମତ ଲାଗି ୧୧୬, ରାଜସ୍ଥାନରେ ୧୦୧, ଛତିଶଗଡ଼ରେ ୪୬ ଏବଂ ତେଲଙ୍ଗାନାରେ ୬୦ ଆସନରେ ବିଜୟର ଆବଶ୍ୟକତା ରହିଛି।

କହିରଖୁଛୁ, ରାଜସ୍ଥାନର ୧୯୯ ନିର୍ବାଚନମଣ୍ଡଳୀରେ ଭୋଟଗଣନା ହେଉଥିବା ବେଳେ ମଧ୍ୟପ୍ରଦେଶର ୨୩୦, ଛତିଶଗଡ଼ର ୯୦, ତେଲଙ୍ଗାନା ୧୧୯ ଆସନରେ ଭୋଟଗଣତି ହେଉଛି। ଗତ ୩୦ ତାରିଖରେ ତେଲଙ୍ଗାନା ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ଛତିଶଗଡ଼, ତେଲଙ୍ଗାନାରେ କଂଗ୍ରେସ ଏବଂ ମଧ୍ୟପ୍ରଦେଶ, ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା) ଜିତିପାରେ ବୋଲି ଅଧିକାଂଶ ଗଣମାଧ୍ୟମ ପ୍ରକାଶ କରିଥିଲେ। ସେହିଭଳି ମିଜୋରାମ ଭୋଟଗଣନା ୩ ପରିବର୍ତ୍ତେ ୪ ତାରିଖରେ କରିବା ଲାଗି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri