Election Results Live | ନିର୍ବାଚନ ଫଳାଫଳ ୨୦୨୪

08: 52PM: ପଦ୍ମପୁରରେ ଜିତିଲେ ବିଜେଡିର ବର୍ଷା ସିଂ ବରିହା

08: 52PM: ସମ୍ବଲପୁର ବିଧାନସଭାରେ ବିଜେପି ବିଜୟୀ, ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ

08: 15 PM: ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି: ଅମିତ ଶାହା

07: 55 PM: ଧାମନଗର ବିଧାନସଭା ଆସନରୁ ବିଜୟୀ ହେଲେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇଲେ ସୂର୍ଯ୍ୟବଂଶୀ, ୭ ହଜାର ୯୩୧ ଖଣ୍ଡ ଭୋଟରେ ହାରିଲେ ବିଜେଡି ପ୍ରାର୍ଥୀ

07: 38 PM: ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଓଡ଼ିଶା! ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଲା କରିବ ନାହିଁ।

ଆମର ସମସ୍ତ ପରିଶ୍ରମୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ।

07: 15 PM: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

07: 05 PM: ଭାଜପା ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ, ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

07: 05 PM: ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କଲେ : ଅପରାଜିତା ଷଡଙ୍ଗୀ

06: 55 PM: ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

06: 38 PM: ଜୟପୁରରୁ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବିଜୟୀ, ୧୨ ହଜାର ୯୯୭ ଭୋଟରେ ଜିତିଲେ ତାରାପ୍ରସାଦ ବାହିନୀପତି

06:30 PM: ସମ୍ବଲପୁର ବିଜୟ ପାଇଁ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ବବି। ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ସାଂସଦ ଭାବେ ନିରନ୍ତର କାର୍ଯ୍ୟ ପାଇଁ ଆଶା ପ୍ରକଟ କଲେ।


06: 14 PM: ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ ମହାରାଥୀଙ୍କ ପୁଅଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ଆଶ୍ରିତ।


06: 14 PM: ପାରାଦୀପରେ ଭାଜପା ପ୍ରାର୍ଥୀ ସଂପଦ ସ୍ବାଇଁ ବିଜୟୀ


06: 13 PM: ଲଗାତାର ତୃତୀୟ ଥର ପାଇଁ ବଣାଇ ବିଧାନସଭାରେ ସିପିଆଇଏମ୍‌ ପ୍ରାର୍ଥୀ ଜିତିଲେ ଲକ୍ଷ୍ମଣ ମୁଣ୍ଡା


06: 11 PM: ମୁମ୍ବାଇ ନର୍ଥ ଲୋକସଭା ଆସନରୁ ଜିତିଲେ ବିଜେପିର ପୀୟୂଷ ଗୋୟଲ


06: 11 PM: ରେଢ଼ାଖୋଲ ବିଧାନସଭାରେ ବିଜେଡି ବିଜୟୀବି ହେଲେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ, ଭାଜପା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ପ୍ରସନ୍ନ


06: 09 PM: ଭାଜପା ପ୍ରାର୍ଥୀ ଓମ ପ୍ରକାଶଙ୍କଠାରୁ ହାରିଲେ ସଞ୍ଜୟ ଦାସବର୍ମା । ୧୭ ହଜାର ୪୫୩ ଭୋଟରେ ଓମ ପ୍ରକାଶ ବିଜୟୀ ।


06: 07 PM: ଲୋକ ସଭା ଫଳାଫଳକୁ ନେଇ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖାର୍ଗେଙ୍କ ପ୍ରତିକ୍ରିୟା. ବ୍ୟାଙ୍କ ଖାତା ସିଜ୍, ସରକାରୀ ସଂସ୍ଥାକୁ ଆମ ପଛରେ ଲଗାଇଥିଲେ’ ତଥାପି INDIA ମେଣ୍ଟକୁ ଭଲ ସଫଳତା ମିଳିଛି, ରାହୁଲ ଗାନ୍ଧିଙ୍କ ୨ଟି ଯାକ ଯାତ୍ରା ସଫଳ ହୋଇଛି’ ଭାଜପା ନେତୃତ୍ବର ଅହଙ୍କାର ପାଇଁ ବିଜେପିକୁ କମ୍‌ ଭୋଟ


06: 03 PM: ଗଞ୍ଜାମ ଦିଗପହଣ୍ଡିରୁ ଆସନରୁ ଜିତିଲେ ସିଦ୍ଧାନ୍ତ ମହାପାତ୍ର, ହାରିଲେ ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର


05: 42 PM: ହେଲେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ୬୫୦୦ରୁ ଅଧିକ ଭୋଟରେ କଲେ ପରାଜିତ ।


05: 42PM: ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଜୟୀ ।


05: 25 PM: ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି।

05: 11 PM: ଟିଟିଲାଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ପରାସ୍ତ। ଭାଜପା ପ୍ରାର୍ଥୀ ନବୀନ ଜୈନଙ୍କ ଠାରୁ ପରାସ୍ତ ହେଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ

05: 06 PM: ମହାକାଳପଡ଼ାର ଭାଜପା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ୩୩୪୫୧ ଖଣ୍ଡ ଭୋଟରେ ବିଜେଡ଼ି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ହରାଇଲେ।

05: 00 PM: ସମ୍ବଲପୁର ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ।

04: 43 PM: କଟକ ସଦର ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ।

04: 43 PM: ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ୮୦୬୭୫ ଖଣ୍ଡ ଭୋଟ ପାଇ ନିକଟତର ପ୍ରତିଦ୍ବନ୍ଦୀଙ୍କ ଠାରୁ ୮୮୪୦ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ୭୧୯୨୫ ଭୋଟ ପାଇଛନ୍ତି।

04: 40 PM: ସାଲେପୁରରେ ହାରିଗଲେ ଅରିନ୍ଦମ, ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବିଜୟୀ

04: 38 PM: ୨୮୪୩ ଖଣ୍ଡ ଭୋଟରେ କଟକ ସଦର ଭାଜପା ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ

04: 34 PM: ରାଉରକେଲାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ

04: 14 PM: ୧୧, ୪୨୫ ଖଣ୍ଡ ଭୋଟରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଜିତିଲେ

04: 08 PM: ଭୋଗରାଇ ରେ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ ୬୭୮୧ ଖଣ୍ଡ ଭୋଟରେ ବିଜୟୀ ଘୋଷଣା

04: 05PM: କେରଳର ହଟ ସିଟ ଥିରୁଭାନନ୍ତପୁରମରରୁ ଜିତିଲେ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର। ଥିରୁଭାନନ୍ତପୁରମ ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି।

04: 06 PM: ରାଏବରେଲିରୁ ବିଜୟୀ ହେଲେ ରାହୁଲ ଗାନ୍ଧୀ

04: 05PM: ଫୁଲବାଣୀ ବିଧାନସଭା ଆସନ ହାତେଇଲା ଭାଜପା

03: 55  PM: କୋରାପୁଟ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ରଘୁରମ ମାଛ ବିଜୟୀ, କୋଟପାଡ ଭାଜପା ପ୍ରାର୍ଥୀ ରିପୁଭଦ୍ରା ବିଜୟୀ

03: 32  PM: ଯାଜପୁର ବରୀ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ, ୫୨ ହଜାର ଭୋଟ୍‌ରେ ଜିତିଲେ ବିଶ୍ବରଂଜନ

03: 21  PM: ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ

03: 21  PM: ଆଳି ବିଧାନସଭାରୁ ପ୍ରତାପ କେଶରୀ ବିଜୟୀ

03: 20  PM: ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ

03: 19  PM: ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ

02: 19  PM:  ଓଡ଼ିଶା ବିଧାନସଭା ଭୋଟ ଗଣତିରେ ଆଗୁଆ ଥିବା ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅଦିନିଆ ହୋଲି ଉଶ୍ଚବ ଚାଲିଛି

02: 19  PM: ଭୁବନେଶ୍ୱର କେନ୍ଦ୍ର’ରୁ ଜିତିଲେ ବିଜେଡି ପ୍ରାର୍ଥୀ ଅନନ୍ତ ଜେନା, କଡ଼ା ଟକ୍କର ଦେଲେ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

02: 05 PM: ବ୍ରଜରାଜନଗରରୁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ। ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ଜିତିଲେ ସୁରେଶ

01: 53 PM: ୧.୪୦ ସୁଦ୍ଧା ବାଲେଶ୍ୱର ଲୋକ ସଭା ଆସନରେ ଭାଜପାର ପ୍ରତାପ ଷଡ଼ଙ୍ଗୀ ୨୪,୪୩୩ ଖଣ୍ଡ ଭୋଟରେ ଆଗୁଆ

01: 45 PM: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅଗସ୍ତି ବେହେରା ଦଶମ ରାଉଣ୍ଡ ସୁଦ୍ଧା ୧୧, ୪୧୯ ଖଣ୍ଡ ଭୋଟରେ ଆଗୁଆ

01: 40 PM:  ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟ୍‌ରେ ହରାଇଲେ ଭାଜପା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

01: 15 PM:  ୧୫ ରାଉଣ୍ଡ ସୁଦ୍ଧା କେନ୍ଦ୍ରାପଡା ଲୋକସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୦୮୨୩ ଖଣ୍ଡ ଭୋଟରେ ଆଗୁଆ

01: 10 PM:  ୧୫ ରାଉଣ୍ଡ ସୁଦ୍ଧା କେନ୍ଦ୍ରାପଡା ଲୋକସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୦୮୨୩ ଖଣ୍ଡ ଭୋଟରେ ଆଗୁଆ

01: 08PM:  ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ୧୫୦୩ ଖଣ୍ଡ ଭୋଟରେ ବିଜେଡି ପ୍ରଥୀଙ୍କ ଠାରୁ ଆଗୁଆ।

01: 06PM: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଭାଜପାର ସୁରମା ପାଢ଼ୀ ୯୨୯୩ ଖଣ୍ଡ ଭୋଟରେ ବିଜେଡି ପ୍ରଥୀଙ୍କ ଠାରୁ ଆଗୁଆ।

01 : 05 PM: ପାଟଣାଗଡ଼ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂ ଦେଓ ୨୮୯୮ ଭୋଟରେ ଆଗୁଆ।

01: 03 PM: ଦଶପଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ରମେଶ ଚନ୍ଦ୍ର ବେହେରା ୪୧୦୮ ଖଣ୍ଡ ଭୋଟରେ ଆଗରେ।

01: 00PM: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପାର ସୁରମା ପାଢ଼ୀ ୭୮୪୪ ଖଣ୍ଡ ଭୋଟରେ ବିଜେଡି ପ୍ରଥୀଙ୍କ ଠାରୁ ଆଗୁଆ।

12: 51 PM: ସପ୍ତମ ରାଉଣ୍ଡ ସୁଦ୍ଧା ଧର୍ମେନ୍ଦ୍ର ୨୫,ହଜାର ୩୪୦ଖଣ୍ଡ ଭୋଟରେ ଆଗୁଆ।

12: 46 PM: ସଂସ୍ଥା ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ୧୬୯୩୨ ଖଣ୍ଡ ଭୋଟରେ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

12: 44 PM: ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ: ୯ ରାଉଣ୍ଡ ସୁଦ୍ଧା ବିଜେଡି (ଅରୁଣ କୁମାର ସାହୁ )୪୨ ୩୮୫
ଭାଜପା ( ପ୍ରତ୍ୟୁଷା ରାଜେଶ୍ୱରୀ ସିଂ) ୪୧ ୯୩୧
ବିଜେଡିର ଅରୁଣ କୁମାର ସାହୁ ୪୫୪ ଭୋଟରେ ଭାଜପା ର ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ଠାରୁ ଆଗୁଆ।

12: 27 PM: ବଡଚଣାରେ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ପଛୁଆ।

12: 27 PM:  ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ୨୫୫୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି, ପଛରେ ଚାଲିଛନ୍ତି ଅରିନ୍ଦମ ରାୟ।

12: 20 PM: ତୃତୀୟ ରାଉଣ୍ଡ ପରେ ସମ୍ବଲପୁର ଲୋକ ସଭା ଆସନରୁ ଭାଜପା ପ୍ରାଥୀ ଧର୍ମେନ୍ଦ୍ର ପ୍ରଧାନ ୩୬,୫୦୧ ଭୋଟରେ ଆଗୁଆ ଅଛନ୍ତି।

12: 03PM: ଦିନ ୧୨ଟା ସୁଦ୍ଧା ବିଧାନସଭାରେ ଭାଜପା ୭୮ ଆସନରେ ଆଗରେ ଚାଲିଛି, ବିଜେଡି ୫୪ ଟି ଏବଂ କଂଗ୍ରେସ ୧୧, ସ୍ୱାଧୀନ ଦୁଇଟି ଏବଂ ସିପିଆଇ(ଏମ) ଗୋଟିଏ ଆସନରେ ଆଗୁଆ ଚାଲିଛନ୍ତି। 

12: 00PM: ଦିନ ୧୨ ଟା ସୁଦ୍ଧା ଓଡ଼ିଶାରେ ୧୮ ଲୋକ ସଭା ଆସନରେ ଭାଜପା ଆଗରେ ଚାଲିଛି, ବିଜେଡି ୨ ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ।

11: 52 AM: ବ୍ରହ୍ମପୁର ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ୨୪,୧୮୨ ଖଣ୍ଡ ଭୋଟରେ ଆଗୁଆ ଚାଲିଛନ୍ତି।

11: 46 AM: ଲୋକସଭା ଫଳାଫଳ ଟ୍ରେଣ୍ଡରେ ମ୍ୟାଜିକ ନମ୍ବରଠାରୁ ଆଗରେ ଚାଲିଛି ଏନଡିଏ। ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ କଡ଼ା ପ୍ରତିଯୋଗିତା ଦେଉଛି।


11: 36AM:  ବିଧାନସଭା ଟ୍ରେଣ୍ଡରେ ମ୍ୟାଜିକ୍‌ ନମ୍ବର ୭୪ ଛୁଇଁଲା ଭାଜପା, ବିଜେଡି ୫୦, କଂଗ୍ରେସ ୧୨ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ରହିଛନ୍ତି ।


11: 28 AM:  ଓଡ଼ିଶା ବିଧାନସଭା ଟ୍ରେଣ୍ଡରେ ଆଗରେ ଚାଲିଛି ଭାଜପା, ୧୧ ତା ୨୭ ସୁଦ୍ଧା ଭାଜପା ୭୩ ଆସନରେ ଆଗୁଆ ଚାଲିଥିବା ବେଳେ ବିଜେଡି ୫୦ ଆସନରେ ଆଗରେ ଚାଲିଛି ଏବଂ କଂଗ୍ରେସ ୧୨ ଟି ଆସନରେ ଆଗୁଆ ଅଛି।


11: 20 AM: ସପ୍ରାଇଜ କଲା ଉତ୍ତରପ୍ରଦେଶ ଜନାଦେଶ ଜନାଦେଶ, ଟ୍ରେଣ୍ଡରେ ଚାଲିଛି ଇଣ୍ଡିଆ ମେଣ୍ଟ।


11: 05AM: କଣ୍ଟାବାଞ୍ଜି ବିଧାନସଭାରେ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ।


10: 57 AM: ବିଧାନସଭାରେ ଭାଜପା ୭୧ ଆସନରେ ଆଗୁଆ , ବିଜେଡି ୪୪ ଆସନରେ ଆଗୁଆ , କଂଗ୍ରେସ ୧୪ ଆସନରେ ଆଗୁଆ ଚାଲିଛି ଏବଂ ସ୍ୱାଧୀନ ଦୁଇଟି ଆସନରେ ଆଗୁଆ ଚାଲିଛନ୍ତି।


9: 21 AM: ବରଗଡରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪୯୭୪ ଭୋଟରେ ଆଗୁଆ ଚାଲିଥିବା ବେଳେ ବିଜେଡି ୪୮୪୫ ଭୋଟ ସହିତ ଦ୍ୱିତୀୟରେ କଂଗ୍ରେସ ମାତ୍ର ୧୯୮ ଖଣ୍ଡ ଭୋଟ ପାଇଛି।


8: 39 AM: ପଶ୍ଚିମବଙ୍ଗରେ ଭାଜପା ଏବଂ ଟିଏମସି ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଭାଜପା ୧୭ ଟି ଆସନରେ ଏବଂ ଟିଏମସି ୧୮ ଟି ଆସନରେ ଆଗୁଆ ରହିଛନ୍ତି।


8: 39 AM: ରାହୁଲ ଗାନ୍ଧୀ ତାଙ୍କ ଆସନରେ ୱାୟନାଡ ଏବଂ ରାଏବରେଲିରୁ ଆଗୁଆ ଚାଲିଛନ୍ତି।


8: 38AM:  ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ। ଅମିତ ଶାହା ଗାନ୍ଧିନଗରରୁ ଆଗୁଆ ଅଛନ୍ତି।


8: 21 AM: ପୁରୀ ବିଧାନସଭା ଆସନରେ ପୋଷ୍ଟାଲ ବାଲଟ ଗଣତିରେ ବିଜେଡି ଆଗୁଆ। ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ।


8: 21 AM: ପୁରୀ ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ।


8: 17 AM: ଲୋକ ସଭାରେ ଓଡ଼ିଶାରେ ଭାଜପା ୪ ଏବଂ ବିଜେଡି ୪ ଆସନରେ ଆଗୁଆ ଚାଲିଛନ୍ତି।


8: 11 AM: ଗଣନା ଆରମ୍ଭରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ ୪୫ ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୧୭ ଆସନରେ ଆଗରେ ଚାଲିଛି।


7: 58 AM: ଆରମ୍ଭ ହେଲା ଭୋଟ ଗଣନା। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ।


7: 53 AM:  ଭୋଟ ଗଣନା ପାଇଁ “ଲୋକମାନେ ଗଣନା କେନ୍ଦ୍ରରେ ପ୍ରବେଶ କରିଛନ୍ତି। ଆମେ ଗଣନା ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ। ଗଣନା କେନ୍ଦ୍ରଗୁଡିକରେ ଏବଂ ଏହାର ଆଖପାଖରେ ତ୍ରିସ୍ତରୀୟ ବ୍ୟବସ୍ଥା କରିଛୁ … ଯୋଜନା ଅନୁଯାୟୀ ସବୁକିଛି ଚାଲିଛି। ଗଣନା କେନ୍ଦ୍ର ଭିତରେ ଏବଂ ବାହାରେ ଲୋକମାନେ ସିସିଟିଭି ଲାଇଭ୍ ଦେଖୁଛନ୍ତି। ଆମେ କୌଣସି ପ୍ରକାର ସନ୍ଦେହଜନକ ଗତିବିଧି ଉପରେ ନଜର ରଖିଛୁ … ” ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।


7: 43AM: ଭୋଟ୍ ଗଣତି ପୂର୍ବରୁ ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନରେ ସକାଳୁ ପୂଜାର୍ଚ୍ଚନା । ସକାଳ ୮ଟାରେ ଆରମ୍ଭ ହେବ ଭୋଟ୍ ଗଣତି ।


7: 15 AM: ଭୋଟ ଗଣତି ପୂର୍ବରୁ ନୂଆଦିଲ୍ଲୀ ଲୋକସଭା ଭାଜପା ପ୍ରାର୍ଥୀ ବଁସୁରୀ ସ୍ୱରାଜ ଦିଲ୍ଲୀର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।


6:48 AM: ଲୋକ ସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ୨୭୨ ଏମପି ଆବଶ୍ୟକ ।


6:44 AM: ଓଡ଼ିଶା ବିଧାନସଭାରେ ୧୪୭ ଆସନ ଥିବା ବେଳେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ୭୪ ବିଧାୟକ ଆବଶ୍ୟକ।


6:39AM: ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ସକାଳୁ ଗହଳିଚହଳି ଦେଖିବାକୁ ମିଳିଛି। ଗଣତି ପାଇଁ କାଉଣ୍ଟିଂ ସେଣ୍ଟରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


6:19AM: ୬୦ କମ୍ପାନୀ ଓ ୧ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ସିଏପିଏଫ୍‌, ଆଇଆରବି କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ସୁରକ୍ଷା କର୍ମୀ ସାଧାରଣତଃ ନିର୍ବାଚନ ଶେଷ ହେବା ପରେ ଫେରି ଯାଇଥାଆନ୍ତି। ମାତ୍ର ଗୃହ ବିଭାଗ ଅନୁରୋଧକ୍ରମେ ସେହି ସୁରକ୍ଷା କର୍ମୀମାନେ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ କରାଯାଇଛି। ଏଥିସହିତ ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା ହୋଇଛି। ଗାର୍ଡ ଡାଇରି ଜରିଆରେ ତଥ୍ୟ ରଖାଯିବ। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ପଦକ୍ଷେପ ନିଆଯିବ।


6:17AM: ସୋମବାର ଖବରଦାତା ସମ୍ମିଳନୀରେ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ମୋଟ ୩,୫୮୯ ଟେବୁଲରେ ଭୋଟ ଗଣନା ହେବ। ଭୋଟ ଗଣନା ସକାଶେ ବିଧାନସଭା ପାଇଁ ୧,୭୯୯ ଏବଂ ଲୋକ ସଭା ପାଇଁ ୧,୭୯୦ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ସେମାନଙ୍କୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି। ୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି। ଭାରତର ନିର୍ବାଚନ କମିଶନ ଭୋଟ ଗଣନା ତଦାରଖ କରିବାକୁ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ଗଣନା ହେବ। ତେବେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ରାଇରଙ୍ଗପୁର, ବିଷମକଟକ, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ମୋହନା ଓ ଲୋଇସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଗଣନା ପାଇଁ ସମୟ ଲାଗିବାକୁ ଥିବାରୁ ସେଠାରେ ୩୦ରୁ ଅଧିକ ରାଉଣ୍ଡ ଗଣନା ହେବ ବୋଲି ସିଇଓ ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ପ୍ରତି କାଉଣ୍ଟିଂ ସେଣ୍ଟରରେ ଜଣେ ଲେଖାଏ ଏଆରଓ ରହିବେ। ଏଥିସହିତ ତାଙ୍କୁ ସହାୟତା କରିବାକୁ ଅତିରିକ୍ତ ଏଆରଓ ରହିବେ। ସଂସଦୀୟ କ୍ଷେତ୍ର ପାଇଁ ୫୧୭ ଏବଂ ବିଧାନସଭା ପାଇଁ ୭୧୨ ଜଣ ଏଆରଓ ନିୟୋଜିତ ହୋଇଛନ୍ତି। ୨୦ଟି ସଂସଦୀୟ କ୍ଷେତ୍ର ପାଇଁ ଜିଲାପାଳ ତଥା ରିଟର୍ନିଂ ଅଫିସର ରହିବେ। ଭୋଟ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।


6:10AM:  ନିର୍ବାଚନ ସରିଛି। ନେତାଠୁ ଜନତା ସଭିଏଁ ଚାହିଁ ରହିଛନ୍ତି ଫଳାଫଳକୁ। ମଙ୍ଗଳବାର ପ୍ରତୀକ୍ଷାର ଅନ୍ତ ଘଟିବ। ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ ଡୋରି କାହା ହାତକୁ ଯିବ ସେ ନେଇ ସଂଶୟ ଲାଗି ରହିଛି।


6:09 AM: ମଙ୍ଗଳବାର ଗଣତି ହେବାକୁ ଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କହିଛନ୍ତି।