ଭୁବନେଶ୍ୱର,୨୪।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା ମତଦାନ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି।
ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ମତଦାନ ହୋଇଥିଲା। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସହିତ ପ୍ରତି ବୁଥରେ ଦୁଇଟି ଇଭିଏମ ବ୍ୟବସ୍ଥା ଥିଲା।