ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ଲୋକ ସଭା ଅଧୀନ ଗୋଟିଏ ସମେତ ୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦ ତାରିଖରେ ହେବାକୁ ଥିବା ଭୋଟ୍‌ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ୨୦ ପ୍ଲାଟୁନ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଜିଲାର ୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଲେଖାଏ ଅତିରିକ୍ତ ଏସ୍‌ପି ମୁତୟନ ହେବେ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଶନିବାର ଏଠାରେ ସୂଚନା ଦେଇଛନ୍ତି। ଏଥିସହ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨ ଜଣ ଲେଖାଏ ଡିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି।