ସାଲେପୁର,୧୬।୨(ଡି.ଏନ୍.ଏ.): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମା ମାଡ ହୋଇଛି । ଝରକାରେ ମାଡ ହୋଇ ଘର ଭିତରେ ବୋମା ବିଷ୍ପୋରଣ ହେବାରୁ ଦିଲ୍ଲୀପଙ୍କ ସ୍ତ୍ରୀ ନିରୁପମା ପତି ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ରାଜନୈତିକ ଶତୃତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଇଛି। ବୋମା ମାଡ ପରେ ସପନପୁର ଗ୍ରାମ ସମେତ ସମଗ୍ର ଶିଶୁଆ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।