ଆଗକୁ ନିର୍ବାଚନ: କଟକରେ ଯବାନଙ୍କ ଫ୍ଲାଗ୍‌ମାର୍ଚ୍ଚ

କଟକ,୪ା୩ (କାର୍ତ୍ତିକ ସାହୁ): ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନକୁ ଶାନ୍ତି, ଶୃଙ୍ଖଳା ସହ ଅବାଧ, ନିରପେକ୍ଷ ପରିଚାଳନା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ୍‌) ଯବାନମାନେ କଟକରେ ପହଞ୍ଚିଛନ୍ତି। କଟକ କମିସନରେଟ ପୋଲିସ ସହିତ ମିଳିତ ଭାବେ ସିଆର୍‌ପିଏଫ ଯବାନ ସୋମବାର ସହର ମଧ୍ୟରେ ଫ୍ଲାଗମାର୍ଚ୍ଚ କରିଛନ୍ତି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ କମିଶନରେଟ ପୋଲିସ ସହିତ କେନ୍ଦ୍ରୀୟ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି।
ସୂଚନା ମୁତାବକ, କମିଶନରେଟ ପୋଲିସ ଓ ସିଆରପିଏଫ ଯବାନମାନେ ସୋମବାର ଅପରାହ୍ନ ୫ଟାରେ ଚଣ୍ଡିମନ୍ଦିର ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଥିଲେ। ସଶସ୍ତ୍ର ଫୋର୍ସ ମିଶନ ରୋଡ୍‌, ସୂତାହାଟ, ଓଡ଼ିଆ ବଜାର, ଗଙ୍ଗାମନ୍ଦିର ଲେନ୍‌ ରାସ୍ତାରେ ଦରଘାବଜାର ଥାନା ନିକଟରେ ରାତି ପ୍ରାୟ ୭ଟାରେ ପହଞ୍ଚିଥିଲା। ଏଥିରେ ସିଆର୍‌ପିଏଫର ଗୋଟିଏ କମ୍ପାନୀ(୧୩୫ ଜଣ ଫୋର୍ସ) ସାମିଲ ହୋଇଥିଲେ।
ଅତିରିକ୍ତ ଡିସିପି ତରୁଣ କୁମାର ଦାସ ଏହାର ନେତୃତ୍ୱ ନେଇଥିଲେ। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ପ୍ରମୋଦ କୁମାର ପଟ୍ଟନାୟକ, ଲାଲବାଗ ଥାନା ଆଇଆଇସି ଦୟାନିଧି ନାୟକ, ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ, ଆରଆଇ(ରିଜର୍ଭ ଇନସ୍ପେକ୍ଟର) ଦିଲ୍ଲୀପ କୁମାର ବେହେରା ଏଥିରେ ସାମିଲ ଥିଲେ। ସିଆରପିଏଫ୍‌ ଯବାନଙ୍କ ସହ ଡିସିପି ଅଫିସରେ ହୋଇଥିବା ବୈଠକରେ କଟକ ସହରରେ ସମ୍ବେଦନଶୀଳ ବୁଥ, ରାସ୍ତା ଓ ଗଳି କନ୍ଦି ସମ୍ପର୍କରେ ଆଲୋଚନା ହୋଇଥିଲା। ସିଆର୍‌ପିଏଫ୍‌ ଯବାନମାନଙ୍କୁ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ବୌଦ୍ଧ ଦେଶର ଉତ୍ତପ୍ତ ସହର: ୪୩.୬ ଡିଗ୍ରୀ ସହ ତାତିରେ ସିଝିଲେ ଲୋକେ

ଭୁବନେଶ୍ୱର, ୧୬ା୩: ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image