Categories: ଜାତୀୟ

୩ ବରିଷ୍ଠ ନେତାଙ୍କୁ ଭାଜପା ଦେଲା ଟିକେଟ…ଯିଏ ମନ୍ତ୍ରୀ ହୋଇଥିଲେ ହେଁ ପ୍ରଥମ ଥର ଲାଗି ଲଢ଼ିବେ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୩।୩: ଆଗାମୀ ଲୋକ ସଭା ନିର୍ବାଚନ ଲାଗି ଭାଜପା ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ୩୪ କେନ୍ଦ୍ରମନ୍ତ୍ରୀଙ୍କ ନାମ ସାମିଲ ରହିଛି। ଏଥିସହ କିଛି ଯୁବ ନେତା ଏବଂ ମହିଳାଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି। ହେଲେ ପ୍ରଥମ ତାଲିକାରେ ଏଭଳି ୩ ନାମ ରହିଛି, ଯିଏ ଦଳର ପୁରୁଖା ନେତା ଭାବେ ଜଣାଶୁଣା, ମୋଦି ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି, ହେଲେ ପ୍ରଥମ ଥର ଲାଗି ଲୋକ ସଭା ନିର୍ବାଚନ ଲଢ଼ିବେ।

ରାଜ୍ୟ ସଭାର ୩ ଥର ଏମ୍‌ପି ରହିଥିବା କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଭାଜପା ଆଗାମୀ ଲୋକ ସଭା ନିର୍ବାଚନ ଲାଗି କେରଳର ଥିରୁଭାନନ୍ତପୁରମ୍‌ରୁ ପ୍ରାର୍ଥୀ କରିଛି। ଯୁବାବସ୍ଥାରୁ ଭାଜପା ସହ ସାମିଲ ଥିବା କେନ୍ଦ୍ର ମନ୍ତ୍ରୀ ମନସୁଖଲାଲ ମାଣ୍ଡବ୍ୟ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ହେଲେ ଦଳ ଏଥର ତାଙ୍କୁ ଗୁଜରାଟର ପୋରବନ୍ଦର ଆସନ ଟିକେଟ ଦେଇଛି। ସେହିଭଳି ଦୁଇ ଦଶକରୁ ଅଧିକ ସମୟ ଧରି ଦଳରେ କାର୍ଯ୍ୟ କରୁଥିବା ବରିଷ୍ଠ ଦେତା ଭୂପେନ୍ଦ୍ର ଯାଦବ ପ୍ରଥମ ଥର ଲୋକ ସଭା ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ରାଜସ୍ଥାନର ଅଲଓ୍ବାରରୁ ପ୍ରାର୍ଥୀ କରିଛି।

Share