ଆସୁଛି ନିର୍ବାଚନ: ଥାନା ଅଞ୍ଚଳକୁ ନଜରରେ ରଖିବ ପୋଲିସ ଫୋର୍ସ

ମୋରଡା,୭।୪(ସ୍ମାରକ ମାଜୀ): ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ମୟୂରଭଞ୍ଜ ଜିଲା ମୋରଡ଼ା ପୋଲିସ ପ୍ରଶାସନ l

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୋରଡ଼ା ପୋଲିସ ପକ୍ଷରୁ ରବିବାର ଫ୍ଲାଗମାର୍ଚ୍ଚ କରାଯାଇଛି। ମୋରଡା ଥାନା ଅଧିକାରୀ ସତ୍ୟନାରାୟଣ ବଳଙ୍କ ନେତୃତ୍ୱରେ ୩ ପ୍ଲାଟୁନ ପୋଲିସ ଫୋର୍ସ ପ୍ରଥମେ ଚିତ୍ରଡା ଫାଣ୍ଡିରୁ ଶୀର୍ଷାପାଳ ଛକ, ଚିତ୍ରଡା ବଜାର ହୋଇ ଚିତ୍ରଡା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଥିଲେ। ପରେ ବରକନ୍ଦ ଛକରୁ ଆରମ୍ଭ ହୋଇ ମୋରଡା ବଜାର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ ହୋଇଥିଲା। ନିର୍ବାଚନରେ ଆଇନ ଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟ ନ ଘଟିବା ଉପରେ ପୋଲିସ କଡା ନଜର ରଖିବ। ଫ୍ଲାଗମାର୍ଚ୍ଚରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ, ମୋରଡା ଥାନା ପୋଲିସ, ଚିତ୍ରଡା ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Share