Categories: ଜାତୀୟ

ଉତ୍ତର ପ୍ରଦେଶ ସମେତ ୧୫ ରାଜ୍ୟର ୫୬ ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ

ନୂଆଦିଲ୍ଲୀ,୩୦।୧:ନିର୍ବାଚନ କମିଶନ ୧୫ ଟି ରାଜ୍ୟରେ ୫୬ ଟି ରାଜ୍ୟ ସଭା ଆସନ ପାଇଁ ନିବର୍ର୍ାଚନ ସୂଚୀ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧୦ ଟି ଆସନ ଉତ୍ତରପ୍ରଦେଶରୁ ଆସିଛି। ଏହି ଆସନଗୁଡିକ ଉପରେ ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ ଓ ସେହି ଦିନ ଫଳାଫଳ ଘୋଷଣା କରାଯିବ। ଫେବୃଆରୀ ୮ରେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୧୫ ଫେବୃଆରୀ। ୧୬ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀମାନେ ୨୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରପାରିବେ।

ରାଜ୍ୟ ସଭାର ୫୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଏବଂ ୬ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବ। ୟୁପିରେ ୧୦ଟି ସିଟ ବ୍ୟତୀତ ମହାରାଷ୍ଟ୍ର-ବିହାରରେ ୬ଟି ସିଟ ଏବଂ ମଧ୍ୟପ୍ରଦେଶ-ପଶ୍ଚିମବଙ୍ଗରେ ୫ଟି ସିଟ ରହିଛି। କର୍ଣ୍ଣାଟକ-ଗୁଜୁରାଟର ୪-୪ଟି ଆସନ ଏବଂ ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନରେ ୩-୩ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଛତିଶଗଡରେ ମଧ୍ୟ ଗୋଟିଏ ସିଟ ରହିଛି।

Share