Categories: ଜାତୀୟ

୪ ରାଜ୍ୟ ସଭା ଆସନ ପାଇଁ ଜାନୁୟାରୀ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ରାଜ୍ୟ ସଭାର ଖାଲି ହେବାକୁ ଥିବା ୪ଟି ଆସନ ଲାଗି ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମ୍‌ରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ ୨୭ରେ ଏଏପି ଏମ୍‌ପି ସଞ୍ଜୟ ସିଂ, ସୁଶୀଲ କୁମାର ଗୁପ୍ତା ଏବଂ ନାରାୟଣ ଦାସ ଗୁପ୍ତାଙ୍କ କାର୍ଯ୍ୟକାଳ ଶେଷ ହେବ। ସେହିପରି ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଏମ୍‌ପି ହିଶେ ଲାଚୁଙ୍ଗପାଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୩ରେ ସରିବ। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ସଞ୍ଜୟ ଗିରଫ ହୋଇ ଜେଲରେ ଅଛନ୍ତି। ବିଶୃଙ୍ଖଳିତ ବ୍ୟବହାର ପାଇଁ ଗତ ଜୁଲାଇ ୨୪ରେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଥିଲା।

Share