Categories: ଜାତୀୟ

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ ଗୁଡ଼ିକ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଉଦ୍ଦିଷ୍ଟ। ଏହା ସହିତ ବିହାର ବିଧାନ ପରିଷଦରେ ଖାଲି ପଡ଼ିଥିବା ଆସନ ପାଇଁ ଉପ ନିର୍ବାଚନ ମଧ୍ୟ ଏହି ତାରିଖରେ ଅନୁଷ୍ଠିତ ହେବ।

୬ ରାଜ୍ୟ ସଭା ଆସନ ମଧ୍ୟରେ ତାମିଲନାଡୁର ୨ଟି ଆସନ ଥିବାବେଳେ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ଗୋଟିଏ ଲେଖାଏଁ ଆସନ ରହିଛି।

ଏନେଇ ସେପ୍ଟେମ୍ବର ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ସେପ୍ଟେମ୍ବର ୨୨ ରହିଛି। ସେହିପରି ସେପ୍ଟେମ୍ବର ୨୩ରେ ନାମାଙ୍କନ ପତ୍ର ଯାଞ୍ଚ୍‌ ହେବ। ସେପ୍ଟେମ୍ବର ୨୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଅନ୍ତି ତାରିଖ ରହିଛି । ଅକ୍ଟୋବର ୪ରେ ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ଠାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share