Categories: ଜାତୀୟ

୨୦୨୧ରେ ୫ ରାଜ୍ୟରେ ନିର୍ବାଚନ: ୪ ରାଜ୍ୟ ଉପରେ ଭାଜପାର ଲକ୍ଷ୍ୟ

ନୂଆଦିଲ୍ଲୀ,୧୨।୧୧: ଦେଶର ୫ ରାଜ୍ୟରେ ଆସନ୍ତା ବର୍ଷ ୨୦୨୧ରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା ପକ୍ଷରୁ ୪ ରାଜ୍ୟରେ କ୍ଷମତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ବିହାରରେ ଭାଜପାର ସ୍ଥିତି ସୁଦୃଢ଼ ହେବା ପରେ ଅନ୍ୟ ରାଜ୍ୟ ବିଜୟ ଲାଗି କେନ୍ଦ୍ରୀୟ ଟିମ୍‌ ଲାଗିପଡ଼ିଛନ୍ତି। ୨୦୨୧ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ଏବଂ କେରଳରେ ନିର୍ବାଚନ ହେବ। ଆସାମରେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେ ଓ୍ବାଲଙ୍କ ସରକାର ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଥିବାବେଳେ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଇ. ପଲାନୀସାମୀଙ୍କ ଏଆଇଏଡିଏମ୍‌କେ ସରକାର ରହିଛି। ସେହିପରି ପୁଡୁଚେରୀରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ବି. ନାରାୟଣ ସ୍ବାମୀଙ୍କ ସରକାର ରହିଛନ୍ତି। କେରଳରେ ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ମେଣ୍ଟରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ରହିଛନ୍ତି।

Share