Categories: ଜାତୀୟ

ଓମିକ୍ରନ୍ ପାଇଁ ଘୁଞ୍ଚାଇ ଦିଆଯାଉ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୭ ।୧: କଂଗ୍ରେସ ନେତା ଜଗଦିଶ ଶର୍ମା ଦିଲ୍ଲୀ ହାଇକୋର୍ଟରେ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଦେଶରେ କରୋନା ମହାମାରୀର ଓମିକ୍ରନ୍ ଭାରିଏଣ୍ଟ ଦୃତ ଗତିରେ ପ୍ରସାର ଲାଭ କରୁଥିବାରୁ ଏହି ବିଧାନସଭା ନିର୍ବାଚନକୁ କିଛି ସପ୍ତାହ ବା କିଛି ମାସ ପାଇଁ ଘୁଞ୍ଚାଇ ଦିଆଯାଉ । ମହାମାରୀର ତୃତୀୟ ଲହର ସମୟରେ ଆବଶ୍ୟକ ସାମଗ୍ରୀ ଓ ସେବା ଯୋଗାଇ ଦେବାକୁ ଯୋଜନା ଉପସ୍ଥାପନ କରିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଲୋଡିଛନ୍ତି । ସେ କୋର୍ଟଙ୍କୁ କହିଛନ୍ତି ଯେ ସରକାର ଅକ୍ସିଜେନ ଉପଲବ୍ଧତା ଓ ବିତରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଓ ନିର୍ବାଚନ କମିଶନଙ୍କୁ ସମସ୍ତ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ କିଛି ସପ୍ତାହ ବା କିଛି ମାସ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ । ଆହୁରି ମଧ୍ୟ ଯେଉଁଠାରେ ନିର୍ବାଚନ ହେଉଛି ସେଠାରୁ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରଖାଯାଉ ।

Share