Posted inଜାତୀୟ

ଆଜି ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଶ୍ରୀନଗର/ଜମ୍ମୁ,୧୮ା୯(ପି.ଟି.):ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୭ ଜିଲାର ୨୪ ଆସନରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ।

୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୩,୨୭,୫୮୦ ଯୋଗ୍ୟ ଭୋଟର ମତଦାନ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧,୭୬,୪୬୨ ଜଣ ପୁରୁଷ, ୧୧,୫୧,୦୫୮ ଜଣ ମହିଳା ଏବଂ ୬୦ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ୧.୨୩ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ହୋଇଥିବାବେଳେ ୨୮,୩୦୯ ଜଣ ଭିନ୍ନକ୍ଷମ ଏବଂ ୧୫,୭୭୪ ଜଣ ଭୋଟରଙ୍କ ବୟସ ୮୫ ବର୍ଷରୁ ଊର୍ଦ୍ଧ୍ୱ। ମତଦାନ ପାଇଁ ୩,୨୭୬ଟି ଭୋଟକେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ୧୪,୦୦୦ ପୋଲିଂ କର୍ମଚାରୀ ଏଥିରେ ନିୟୋଜିତ ରହିବେ। ସେଥିରୁ ୩୦୨ଟି ବୁଥ୍‌ ସହରାଞ୍ଚଳରେ ହୋଇଥିବାବେଳେ ୨,୯୭୪ଟି ଗ୍ରାମାଞ୍ଚଳରେ ରହିଛି।

ପ୍ରଥମ ପର୍ଯ୍ୟାୟ ମତଦାନକୁ ମୁକ୍ତ ଓ ଅବାଧ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସର୍ବାଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍‌କୁ ଆସି ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା କଶ୍ମୀର ଜୋନ୍‌ ପୋଲିସ ଆଇଜି ଭି.କେ. ବିର୍ଦି କହିଛନ୍ତି। ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ୍‌), ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି।

ଏହି ପର୍ଯ୍ୟାୟର କଶ୍ମୀରର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସିପିଆଇ(ଏମ୍‌)ର ମହମ୍ମଦ ୟୁସୁଫ୍‌ ତାରିଗାମି, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର୍‌, ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ସାକିନା ଇଟୁ, ପିଡିପିର ସର୍ତାଜ ମଦନୀ ଏବଂ ଅବଦୁଲ ରେହମନ ବୀରି। ବିଜ୍‌ବେହରା ଆସନର ପିଡିପି ପ୍ରାର୍ଥୀ ଇଲ୍‌ତିଜା ମୁଫ୍‌ତି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବିପକ୍ଷରେ ଏନ୍‌ସିରୁ ବଶିର ଅହମଦ ବୀରି ଏବଂ ଭାଜପାରୁ ସୋଫି ମହମ୍ମଦ ୟୁସୁଫ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିପିଆଇ(ଏମ୍‌) ପ୍ରାର୍ଥୀ ମହମ୍ମଦ ୟୁସୁଫ୍‌ କୁଲ୍‌ଗାମ ଆସନରୁ କ୍ରମାଗତ ପଞ୍ଚମ ଥର ପାଇଁ ଲଢ଼ୁଛନ୍ତି। ସେହିପରି କଂଗ୍ରେସ ନେତା ଗୁଲାମ ଅହମଦ ମୀର୍‌ ଡୁରୁ ଆସନରୁ ତୃତୀୟ ଥର ପାଇଁ ବିଧାନସଭାକୁ ଯିବା ପାଇଁ ଆଶା ରଖିଛନ୍ତି। ଏନ୍‌ସି ପ୍ରାର୍ଥୀ ସାକିନା ଦମହାଲ ହାଜିପୋରା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପିଡିପିର ସର୍ତାଜ ମଦନୀ ଦେବସାରରୁ ଏବଂ ଅବଦୁଲ ରେହମନ ବୀରି ଶାଙ୍ଗୁସ୍‌-ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଇଲତିଜା ମୁଫ୍‌ତି ଏବଂ ଓ୍ବାହିଦ ପାରା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରୀଗୁଫଓ୍ବାରା ବିଜ୍‌ବେହରା ଏବଂ ପୁଲ୍‌ଓ୍ବାମା ଆସନ ଉପରେ ସମସ୍ତଙ୍କର ନଜର ରହିଛି। ଇଲ୍‌ତିଜା ମୁଫ୍‌ତି ପରିବାରର ତୃତୀୟ ପିଢ଼ି ରାଜନେତା ହୋଇଥିବାବେଳେ ଓ୍ବାହିଦ ଆତଙ୍କବାଦୀ ମାମଲାରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ଦଳର ପୂର୍ବତନ ସହକର୍ମୀ ମହମ୍ମଦ ଖଲିଲ୍‌ ବନ୍ଧ ଏନ୍‌ସି ଟିକେଟରେ ଲଢ଼ୁଛନ୍ତି। ସେହିପରି ଜମ୍ମୁରୁ ଭାଗ୍ୟ ପରୀକ୍ଷା କରୁଥିବା ପ୍ରମୁଖ ପ୍ରାର୍ଥୀ ହେଲେ ପୂର୍ବତନ ମନ୍ତ୍ରୀ ସାଜ୍ଜଦ କିଚ୍‌ଲୁ (ଏନ୍‌ସି), ଖଲିଦ ନାଜିଦ ସହୁହର୍‌ଓ୍ବାର୍ଡି (ଏନ୍‌ସି), ଭିକାର ରସୁଲ ଓ୍ବାନି (କଂଗ୍ରେସ), ଅଦୁଲ ମଜିଦ ଓ୍ବାନି( ଡିପିଏପି), ସୁନୀଲ ଶର୍ମା (ଭାଜପା) ଶକ୍ତିରାଜ ପରିହାର ଏବଂ ଗୁଲାମ ମହମ୍ମଦ ସରୁରି।

୩ ଥର ବିଧାୟକ ଥିବା ସରୁରି ଡିପିଏପିରୁ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ପୂର୍ବତନ ବିଧାୟକ ଦଲିପ ସିଂ ପରିହାର(ଭାଜପା), ପୂର୍ବତନ ଏମ୍‌ଏଲ୍‌ସି ଫିର୍‌ଦୋସ୍‌ ତାକ୍‌ ଏବଂ ଇମ୍‌ତିୟାଜ ଶାନ୍‌(ପିଡିପି), ପୂଜା ଠାକୁର (ଏନ୍‌ସି)। ଭାଜପା ପ୍ରାର୍ଥୀ ଶଗୁନ ପରିହାରଙ୍କ ବାପା ଅଜିତ ପରିହାର ଏବଂ ଦାଦା ଅନିଲ ପରିହାର ୨୦୧୮ ନଭେମ୍ବର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟିରୁ ପ୍ରମୁଖ ପ୍ରାର୍ଥୀ ଭାବେ ମେହରାଜ ଡିନ୍‌ ମଲିକ ନିର୍ବାଚନ ଲଢ଼ୁଛନ୍ତି।

କଂଗ୍ରେସ ଏବଂ ଏନ୍‌ସି ମଧ୍ୟରେ ମେଣ୍ଟ ହୋଇଥିତ୍ଲେ ମଧ୍ୟ ଉଭୟ ଦଳ ବନିହାଲ, ଭଦେରଓ୍ବା ଏବଂ ଡୋଡା ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ପାଇଁ ପ୍ରାର୍ଥୀ ଦେଇଛନ୍ତି। ବିଦ୍ରୋହୀ ଏନ୍‌ସି ନେତା ପ୍ୟାରେଲାଲ ଶର୍ମା ଇନ୍ଦେରଓ୍ବାଲ ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିବାବେଳେ ଭାଜପାର ୨ ଜଣ ବିଦ୍ରୋହୀ ରାକେଶ ଗୋସ୍ବାମୀ ଏବଂ ସୂରଜ ସିଂ ପରିହାର ଯଥାକ୍ରମେ ରମ୍ବାନ ଏବଂ ପାଦେର-ନାଗସେନି ଆସନରୁ ସ୍ବାଧୀନ ଭାବେ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ...

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ...

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ...

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି।...

ଅମିତ ଶାହଙ୍କ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ହେବ ମୁକ୍ତ

ନୂଆଦିଲ୍ଲୀ,୨୧।୩: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ୩୧ ମାର୍ଚ୍ଚ,...

ସଂସଦରେ ଜେପି ନଡ୍ଡାଙ୍କୁ ସାଂଘାତିକ ପ୍ରଶ୍ନ ପଚାରିଦେଲେ ହେମା ମାଳିନୀ, ସମସ୍ତେ କାବା

ନୂଆଦିଲ୍ଲୀ,୨୧।୩: ଲୋକ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଭାଜପା ଏମପି ହେମା ମାଳିନୀ ଆଜି ସଂସଦରେ ନିଜ ଦଳର ନେତାଙ୍କୁ ଘେରିଥିଲେ। ସେ କେନ୍ଦ୍ରର...

ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ବସାନ୍ତୁ ନୀତୀଶ କୁମାର: କାହିଁକି ଏମିତି ଦାବି କଲେ ରାବ୍ରି ଦେବୀ

ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୀତିଶ କୁମାର ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ...

ବଢିଲା ରାହୁଲଙ୍କ ଟେନସନ, କୋର୍ଟ ପଠାଇଲା ନୋଟିସ

ନୂଆଦିଲ୍ଲୀ,୨୧।୩: ଉତ୍ତର ପ୍ରଦେଶ ସମ୍ଭଲର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ତାଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image