ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦେଶର ନିର୍ବାଚନ ଆୟୋଗ ଏନେଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଓକିଲ ସଜିଲ ସ୍ବାତୀ କହିଛନ୍ତି ଯେ, ନିର୍ବାଚନ ପାଇଁ ବାଟ ଫିଟାଇ ଜାନୁୟାରୀ ୨୯ସୁଦ୍ଧା ନିର୍ବାଚନମଣ୍ଡଳୀ ନିର୍ଣ୍ଣୟ ପ୍ରକ୍ରିୟା ଶେଷ ହେବ।

ସଂସଦ ଏବଂ ରାଜ୍ୟ ବିଧାନସଭା ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି ଆରମ୍ଭ କରିବା ପରେ ସଜିଲ ଏହା କହିଛନ୍ତି।

ପାକିସ୍ତାନର ପ୍ରଧାନ ବିଚାରପତି (ସିଜେପି) କାଜୀ ଫୈଜ ଇସା, ଜଷ୍ଟିସ ଅମିନ-ଉଦ୍‌-ଦିନ୍‌ ଖାନ ଏବଂ ଜଷ୍ଟିସ ଅତହାର ମୀନାଲାହଙ୍କ ତିନିଜଣିଆ ଖଣ୍ଡପୀଠ ଏହା କହିଛନ୍ତି।

Share