ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ ଦେଖାଯାଉଛି। ଯେମିତି ସେ ଆମେଠି ଛାଡ଼ିଛନ୍ତି, ସେମିତି ସେ ଓ୍ବାୟନାଡ ଛାଡ଼ିବେ। ତେବେ ରାଜକୁମାର ଏବଂ ତାଙ୍କ ଦଳ ଏପ୍ରିଲ ୨୬ରେ ହେବାକୁ ଥିବା ଭୋଟ୍କୁ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।
ଏପ୍ରିଲ ୨୬ରେ ଯେମିତି ସେଠାରେ ଭୋଟ୍ ସମାପ୍ତ ହେବ, ଏହି ରାଜକୁମାରଙ୍କ ଲାଗି ଆଉ ଏକ ସଂରକ୍ଷିତ ଆସନ ଘୋଷଣା କରାଯିବ। ଏହି ଲୋକମାନେ ଯେଉଁ ଦାବି କରନ୍ତୁ, ହେଲେ ସତ୍ୟ ଏହା ଯେ ନିର୍ବାଚନ ଘୋଷଣା କରିବା ପୂର୍ବରୁ କଂଗ୍ରେସ ନେତାମାନେ ପରାଜୟ ସ୍ବୀକାର କରିସାରିଛନ୍ତି। ଏଥିଲାଗି କିଛି ନେତା, ଯିଏ କ୍ରମାଗତ ଭାବେ ଲୋକ ସଭା ଜିତିଥିଲେ ସେମାନେ ରାଜ୍ୟ ସଭା ମାର୍ଗରେ ଯାଇ ଗୃହରେ ପ୍ରବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।