Categories: ଜାତୀୟ

ଭାଜପା ସମ୍ବିଧାନରେ ବୟସକୁ ନେଇ କୌଣସି ବ୍ୟବସ୍ଥା ନାହିଁ- ମୋଦିଙ୍କ ଅବସରକୁ ନେଇ ଜବାବ ରଖିଲେ ନଡ୍ଡା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦାବିକୁ ନେଇ ଭାଜପା ପ୍ରତିକ୍ରିୟା ରଖିଛି। ଜେଲରୁ ମୁକୁଳିବା ପରେ କେଜ୍‌ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସରକୁ ନେଇ ବଡ଼ ଦାବି କରିଥିଲେ। ଏହାକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି ଯେ ଭାଜପାର ସମ୍ବିଧାନରେ ବୟସକୁ ନେଇ କୌଣସି ବ୍ୟବସ୍ଥା ନାହିଁ, ଏମିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସରର ପ୍ରଶ୍ନ ନାହିଁ।

ନଡ୍ଡା କହିଛନ୍ତି, କେଜରିଓ୍ବାଲ ଏବଂ ସମ୍ପୂର୍ଣ୍ଣ INDI ମେଣ୍ଟ ନିର୍ବାଚନରେ ବିଫଳତାକୁ ଦେଖି ବାଉଳା ହେଉଛନ୍ତି। ଦେଶକୁ ଭ୍ରମରେ ରଖିବାକୁ ଚାହାନ୍ତି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁ ଆଡେ ମୋଦିଙ୍କୁ ଜନସାଧାରଣଙ୍କ ପ୍ରଚଣ୍ଡ ବହୁମତ ମିଳିବାକୁ ଯାଉଛି। ଏବେ ବିରୋଧୀ ମୋଦିଙ୍କ ବୟସର ବାହାନା କରି ରାସ୍ତା ଖୋଜୁଛନ୍ତି। ହେଲେ ଭାଜପାର ସମ୍ବିଧାନରେ ସେଭଳି କିଛି ବ୍ୟବସ୍ଥା ନାହିଁ। ଜନତା ଜାଣନ୍ତି ମୋଦିଙ୍କ ପ୍ରତିଟି ରକ୍ତବିନ୍ଦୁ ଭାରତ ମାତାର ସେବା ଲାଗି ସମର୍ପିତ। ଆଗାମୀ ୫ ବର୍ଷରେ ଦେଶକୁ ଶିଖରରେ ପହଞ୍ଚାଇବେ ମୋଦି। ସେ ଆମର ନେତା, ଆମର ନେତୃତ୍ୱ ନେବେ। ସମସ୍ତେ ଜାଣନ୍ତି, ମୋଦି ଆସିବେ, ମୋଦି ରହିବେ, ଭାରତକୁ ମଜଭୂତ ମୋଦି ହିଁ କରିବେ ବୋଲି ସେ କହିଛନ୍ତି।

Share