Categories: ଜାତୀୟ

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ: ଭୋଟ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ,୫।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଧୁପଗୁଡି, ତ୍ରିପୁରାର ଧାନପୁର ଏବଂ ବକ୍ସନଗର, କେରଳର ପୁଡୁପାଲ୍ଲୀ, ଝାଡଖଣ୍ଡର ଡୁମ୍‌ରି, ଉତ୍ତରାଖଣ୍ଡ ବାଗେଶ୍ୱର ଏବଂ ଉତ୍ତରପ୍ରଦେଶର ସବୁଠାରୁ ପ୍ରସିଦ୍ଧ ଘୋସି ଆସନରେ ମତଦାନ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୮ରେ ଭୋଟ ଗଣତି ହେବ।

Share