ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ ବିରୋଧକରି ପୋଷ୍ଟର ଲାଗିଛି। ମାଓବାଦୀ ବିରୋଧୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ(ଏଏନ୍‌ପିପିଏଫ୍‌) ଏହି ପୋଷ୍ଟର ଲଗାଇଛି। ମାଓବାଦୀଙ୍କୁ ନିର୍ବାଚନଠାରୁ ଦୂରରେ ରହିବା ସହ ବିକାଶମୂଳକ କାର୍ଯ୍ୟରେ ବାଧକ ନ ସାଜିବାକୁ ଏଥିରେ କୁହାଯାଇଛି। ସ୍ବାଭିମାନ ଅଞ୍ଚଳ ମାଓବାଦୀଙ୍କ ପୈତୃକ ସମ୍ପତ୍ତି ନୁହେଁ ଯେ, ସେମାନେ ଯାହା ଚାହିଁବେ ସେଇଆ ହେବ। ଗଣତନ୍ତ୍ର ବିରୋଧୀ ମାଓବାଦୀ ରାଜନୀତିରୁ ଦୂରରେ ରୁହ ନଚେତ୍‌ ପରିଣାମ ଭୟଙ୍କର ହେବ ବୋଲି ଏହି ପୋଷ୍ଟରରେ କଡ଼ା ଚେତାବନୀ ଦେଇଛି ଏଏନ୍‌ପିପିଏଫ୍‌। ସ୍ବାଭିମାନ ଅଞ୍ଚଳର ଭୋଟରଙ୍କୁ ନିର୍ଭୟରେ ମତଦାନ ପାଇଁ ସଙ୍ଗଠନ ଉତ୍ସାହିତ କରିଛି। ମାଓବାଦୀଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ସେମାନଙ୍କୁ ପୂର୍ବରୁ ଉଚିତ ଜବାବ ଦେଇଛୁ। ମାଓବାଦୀମାନେ ନିଜକୁ ନ ସୁଧାରିଲେ ସେମାନଙ୍କୁ ସମୂଳେ ନାଶ କରାଯିବ। ସିପିଆଇ ମାଓବାଦୀ ମୁର୍ଦ୍ଦାବାଦ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

Share