ଭାରତ-ପାକିସ୍ତାନ-ଆମେରିକା ସହିତ ୭୮ ଦେଶରେ ହେବ ନିର୍ବାଚନ: ୨୦୨୪ ନିର୍ବାଚନର ବର୍ଷ…

ଓ୍ବାଶିଂଟନ,୨୧।୧୨ : ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ନିର୍ବାଚନ ହେବ। ଏହି ନିର୍ବାଚନ ଚକ୍ର କେବଳ ଦକ୍ଷିଣ ଏସିଆରେ ସୀମିତ ନୁହେଁ। ୨୦୨୪ ସମଗ୍ର ବିଶ୍ୱ ପାଇଁ ଏକ ନିର୍ବାଚନ ବର୍ଷ ହେବାକୁ ଯାଉଛି। ୨୦୨୪ରେ ବିଶ୍ୱର ୭୮ଟି ଦେଶରେ ୮୩ଟି ନିର୍ବାଚନ ହେବ। ଏହା ଜାତୀୟ ସ୍ତରୀୟ ଅବା ବିଧାନସଭା ନିର୍ବାଚନ ହେବ। ୱାଶିଂଟନ ସ୍ଥିତ ଥିଙ୍କ ଟାଙ୍କ ଆଟଲାଣ୍ଟିକ କାଉନସିଲ ଅନୁଯାୟୀ, ୨୦୨୪ ପରେ ଆସନ୍ତା ୨୪ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱରେ ଆଉ ଏତେ ସଂଖ୍ୟକ ନିର୍ବାଚନ ହେବ ନାହିଁ। ୨୦୪୮ ମସିହାରେ, ଏପରି ସମନ୍ବୟ ପୁନର୍ବାର ହୋଇପାରେ।

୨୦୨୪ ବର୍ଷରେ ଏସିଆ ମହାଦେଶରେ ସର୍ବାଧିକ ସଂଖ୍ୟକ ଭୋଟର ଭୋଟ ଦେବେ। ଚଳିତ ବର୍ଷ ବ୍ରାଜିଲ ଏବଂ ତୁର୍କୀରେ କୌଣସି ସାଧାରଣ ନିର୍ବାଚନ ହେବ ନାହିଁ କିନ୍ତୁ ସେଠାରେ ସ୍ଥାନୀୟ ନିର୍ବାଚନ ହେବ ଯେଉଁଥିରେ ସମଗ୍ର ଦେଶ ଅଂଶଗ୍ରହଣ କରିବେ। ସେହିଭଳି ୟୁରୋପୀୟ ୟୁନିଅନର ୨୭ ସଦସ୍ୟ ଦେଶ ପରବର୍ତ୍ତୀ ସଂସଦ ଚୟନ କରିବେ।

ଦି ଇକୋନୋମିଷ୍ଟ ଅନୁଯାୟୀ, ଯେଉଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ସେମାନେ ଜତ-୨୦ ଏବଂ ଜି-୭ ପରି ବିଶ୍ୱର କେତେକ ଶକ୍ତିଶାଳୀ ଗୋଷ୍ଠୀର ଅଂଶ ଅଟନ୍ତି। ଯାହାର ଅର୍ଥ ହେଉଛି ସେମାନଙ୍କର ନିର୍ବାଚନ ଫଳାଫଳ ଭୌଗୋଳିକ ପ୍ରଭାବ ପକାଇବ ଏବଂ ଅନ୍ତର୍ଜାତୀୟ ପରିସ୍ଥିତିକୁ ମଧ୍ୟ ପ୍ରଭାବିତ କରିବ। ଆମେରିକାରେ ୨୦୨୪ରେ ନିର୍ବାଚନ ହେବାକୁ ଯାଉଛି।
୨୦୨୪ର ପ୍ରଥମ ମାସରେ ୭ ଜାନୁଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବ। ଏହା ପରେ, ଫେବୃଆରୀରେ ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦୁଇ ଦେଶ ପାକିସ୍ଥାନ ଏବଂ ଇଣ୍ଡୋନେସିଆରେ ଗୋଟିଏ ସପ୍ତାହ ବ୍ୟବଧାନରେ ନିର୍ବାଚନ ଅନୁଷ୍ଠିତ ହେବ।

ମେ ମାସରେ ଦକ୍ଷିଣ ଆଫ୍ରିକାରେ ନିର୍ବାଚନ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକାର ଆଲଜେରିଆ, ବୋତ୍ସଓ୍ବାନା, ଚାଦ, କୋମୋରୋସ, ଘାନା, ମରିସାନିଆ, ମରିସସ ମୋଜାମ୍ବିକ, ନାମ୍ବିଆ, ରୁୱାଣ୍ଡା, ସେନେଗାଲ, ସୋମାଲିଆନ, ଦକ୍ଷିଣ ସୁଦାନ, ଟ୍ୟୁନିସିଆ ଏବଂ ଟୋଗୋରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ୟୁରୋପରେ ମଧ୍ୟ ଆସନ୍ତା ବର୍ଷରେ ଅନେକ ଦେଶରେ କ୍ଷମତା ପାଇଁ ଲଢ଼େଇ ହେବ। ୨୦୨୪ ରେ ୟୁରୋପରେ ୧୦ ରୁ ଅଧିକ ସଂସଦ ଏବଂ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଯେଉଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ସେଥିରେ ଫିନଲାଣ୍ଡ, ବେଲାରୁଷ, ପର୍ତ୍ତୁଗାଲ, ୟୁକ୍ରେନ, ସ୍ଲୋଭାକିଆ, ଲିଥୁଆ, ଆଇସଲାଣ୍ଡ, ବେଲଜିୟମ, ୟୁରୋପୀୟ ସଂସଦ, କ୍ରୋଏସିଆ, ଅଷ୍ଟ୍ରିଆ, ଜର୍ଜିଆ, ମୋଲଡୋଭା ଏବଂ ରୋମାନିଆ ଅନ୍ତର୍ଭୁକ୍ତ।

ଆସନ୍ତା ବର୍ଷ ୟୁରୋପୀୟ ୟୁନିଅନର ୨୭ଟି ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଫ୍ରାନ୍ସ, ଜର୍ମାନୀ ଏବଂ ସ୍ବିଡେନ ଭଳି ଦେଶ ଏଥିରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri