କୋଟିଆରେ ହେବ ନିର୍ବାଚନ

କୋରାପୁଟ,୨୬।୧(ସ୍ବ.ପ୍ର.):  କୋରାପୁଟ ଜିଲାର କୋଟିଆକୁ ନେଇ ଫେଲ୍‌ ମାରିଛି ସର୍ବଦଳୀୟ ରଣନୀତି। ବର୍ତ୍ତମାନ କୋଟିଆରେ ତ୍ରିସ୍ତରୀୟ ନିର୍ବାଚନ ହେବ। ପଟ୍ଟାଙ୍ଗୀ ଜିଲା ପରିଷଦ ଜୋନ୍‌-୧ ପାଇଁ ପୂର୍ବରୁ ସବିନା ବୁଡିଆ, ଟିକାଇ ଗେମେଲ ଓ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ସ୍ବାଧୀନ ପ୍ରାର୍ଥୀ ରହିଥିଲେ। ମଙ୍ଗଳବାର ସବିନା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଟିକାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ବୋଲି ମଙ୍ଗଳବାର ଅପରାହ୍ନ ଯାଏ କଳ୍ପନାଜଳ୍ପନା ଜାରି ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ସେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ନାହଁି ବୋଲି ଘୋଷଣା କରିଥିଲେ। ତାଙ୍କୁ ଉପଜିଲାପାଳ ଲଳିତ କୁମାର କହଁର ବୋତଲ ଚିହ୍ନ ପ୍ରଦାନ କରିଥିଲେ। ସେହିପରି ମମତା ଜାନିଙ୍କୁ ଯୋଡ଼ି ନାଗରା ଚିହ୍ନ ମିଳିଛି। କୋଟିଆ ଅଞ୍ଚଳର ବିକାଶ ପାଇଁ କାମ କରିବେ। ତାଙ୍କ ପ୍ରତି ଦୋରା ଓ କମାର ସମାଜର ସମର୍ଥନ ରହିଛି ବୋଲି ଟିକାଇ କହିଛନ୍ତି। ଅନ୍ୟପକ୍ଷରେ ମମତା ମାଟି ମାଆର ସୁରକ୍ଷା ସହିତ କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶ କରିବା ଲାଗି ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି। ସର୍ବଦଳୀୟ ନିଷ୍ପତ୍ତି ମୁତାବକ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। କୋଟିଆରେ ଜିଲା ପରିଷଦ ଜୋନ୍‌ ନିମନ୍ତେ କେବଳ ସର୍ବଦଳୀୟ ପ୍ରାର୍ଥୀ ଦେବା ପାଇଁ ଆମେ ୩ ପ୍ରମୁଖ ଦଳ ପକ୍ଷରୁ ନିଷ୍ପତ୍ତି ନେଇଥିଲୁ। ମାତ୍ର ଟିକାଇ ନିର୍ବାଚନ ଲଢ଼ିବେ ବୋଲି ଜିଦ୍‌ ଧରିବା ପରେ ଏବେ ପଟ୍ଟାଙ୍ଗୀ ଜୋନ୍‌-୧ରେ ଦୁଇ ସ୍ବାଧୀନ ପ୍ରାର୍ଥତ୍ନୀଙ୍କ ମଧ୍ୟରେ ନିର୍ବାଚନ ହେବ ବୋଲି ଜିଲା ବିଜେଡି ସଭାପତି ତଥା ସର୍ବଦଳୀୟ କମିଟି ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ କହିଛନ୍ତି।

Share