ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି । ଫଳରେ ଜୋ ବାଇଡେନ୍‌ଙ୍କ ବିଜୟରେ ଅଧିକାରୀ ସ୍ତରରେ ମୋହର ଲାଗିଯାଇଛି । ଏହାସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଇଚ୍ଛା ବି ମରି ଯାଇଛି । ୧୪ ଡିସେମ୍ବରରେ ଇଲେକ୍ଟୋରାଲ କଲେଜ ଭୋଟିଂରେ ବାଇଡେନ୍‌ଙ୍କୁ ୩୦୬ ଓ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟର୍ସ ଭୋଟ ଦେଇଥିବା ଜଣାପଡିଛି । ଏବେ ଜାନୁୟରୀ ୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସମ୍ପର୍କରେ ଅଫିସିୟାଲି ଘୋଷଣା କରାଯିବ । ଏହି ବିଜୟ ପରେ ବାଇଡେନ୍ କହିଛନ୍ତି, ଆଇନ, ସମ୍ବିଧାନ ଓ ଜନତାଙ୍କ ଇଚ୍ଛା ଶକ୍ତିର ଫଳାଫଳ ଆସିଗଲା । ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ଲୋକତନ୍ତ୍ରର ମଶାଲ ବହୁ ପୂର୍ବରୁ ଜଳୁଛି । ଭବିଷ୍ୟତରେ ଦେଶକୁ ଆଉ ଏମିତି ଶାସକ ନ ମିଳନ୍ତୁ, ଯେ କ୍ଷମତାର ଦୂରୁପଯୋଗ କରୁଥିବେ ଓ ନିର୍ବାଚନକୁ ପ୍ରଭାବିତ କରିବାକୁ ଲୋକଙ୍କୁ ଉସକାଉଥିବା କାମ କରୁଥିବେ ।

Share