ନିର୍ବାଚନୀ ହିଂସା: ୫ ଗୁରୁତର

ବ୍ରହ୍ମଗିରି,୧୬।୨(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକ ଗୋଷ୍ଠୀର ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ରାହାଡମଲ୍ଲ ଗ୍ରାମ ପଞ୍ଚାୟତତର ନିଶିଭଁର ଗ୍ରାମରେ ଶାସକ ଗୋଷ୍ଠୀର କିଛି ସମର୍ଥକ ଅନ୍ୟ ଏକ ଗୋଷ୍ଠୀକୁ ନିଜ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏ ନେଇ ବିରୋଧ ହେବାରୁ ଉତ୍ତେଜନା ଦେଖାଦେଇଥିଲା। ଫଳରେ ସେମାନଙ୍କର ମାରଣାତ୍ମକ ଆକ୍ରମଣରେ ୫ ଜଣ ଗୁରୁତର ହୋଇ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।

Share